Advertisment

'କଲ୍‌କୀ ୨୮୯୮ ଏଡି' ଆଠ ଦିନରେ ଏତେ କଲାଣି ରୋଜଗାର; ଜାଣନ୍ତୁ କିଏ ନେଇଛନ୍ତି କେତେ ଫିସ୍

ଫିଲ୍ମ 'କଲ୍‌କୀ ୨୮୯୮ ଏଡି' କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବହୁତ ଭଲ ରୋଜଗାର ମଧ୍ୟ କରିଛି। ଏହାରି ଭିତରେ ଆସନ୍ତୁ ଜାଣିନେବା ଏହି ଫିଲ୍ମରେ କାମ କରି କିଏ କେତେ ଟଙ୍କା ନେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
600 crore budget Kalki 2898 ad star cast fees

600 crore budget Kalki 2898 ad star cast fees

ନାଗ୍‌ ଅଶ୍ୱିନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ 'କଲ୍‌କୀ ୨୮୯୮ ଏଡି' ୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ବହୁ ପ୍ରମୋସନ ଏବଂ ଗୁଜବ ପରେ ଏହି ଚଳଚ୍ଚିତ୍ର ୨୭ ଜୁନ୍ ୨୦୨୪ରେ ମୁକ୍ତିଲାଭ କରିଛି। ଏହି ଏପିକ୍ ଡାଏଷ୍ଟୋପିଆନ୍ ସାଇନ୍ସ-ଫିକ୍ସନ୍ ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବହୁତ ଭଲ ରୋଜଗାର ମଧ୍ୟ କରିଛି।

Advertisment

ଭିଏଫଏକ୍ସ ଠାରୁ ଆରମ୍ଭ କରି କାହାଣୀ ଏବଂ ଚଳଚ୍ଚିତ୍ରର ବଡ ଷ୍ଟାର୍‌କାଷ୍ଟ୍‌ ପର୍ଯ୍ୟନ୍ତ ଏହି ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଛି। ଏହି ଫିଲ୍ମରେ ପ୍ରଭାସ ଓ ଅମିତାଭଙ୍କ ସହ ଦୀପିକା ପାଦୁକୋନ୍, କମଲ ହାସନ ଏବଂ ଦିଶା ପାଟନୀ ଭଳି ବଡ ବଡ ଷ୍ଟାର୍ ଅଛନ୍ତି।

ଅଧିକ ପଢ଼ନ୍ତୁ: ବାଜି ମାରିଲା ଅକ୍ଷୟ କୁମାରଙ୍କ ‘ସର୍‌ଫିରା’; ଏମିତି ପଛରେ ପକେଇଲା ‘କଳ୍‌କୀ ୨୮୯୮ ଏଡି’କୁ

Advertisment

'କଲ୍‌କୀ ୨୮୯୮ ଏଡି'ର କ୍ରେଜ୍ ଦର୍ଶକଙ୍କ ମୁଣ୍ଡରେ ଚଢିଯାଇଛି ଏବଂ ଏହା ସହିତ ଫିଲ୍ମ ବହୁତ ରୋଜଗାର ମଧ୍ୟ କରୁଛି। ଏହି ଚଳଚ୍ଚିତ୍ରଟି ଉଦଘାଟନୀ ଦିନରେ ସାରା ଦେଶରେ ୯୫.୩ କୋଟି ଟଙ୍କାର ଚମତ୍କାର ରୋଜଗାର କରିଥିଲା​। ସେହିପରି ଦ୍ୱିତୀୟ ଦିନରେ ରୋଜଗାରରେ ହ୍ରାସ ଘଟିଥିଲେ ମଧ୍ୟ ଏହା ୫୯.୩ କୋଟି ଟଙ୍କା ରୋଜଗାର କରିଥିଲା।

ଏହାପରେ ତୃତୀୟ ଦିନରେ ଫିଲ୍ମ ୬୬.୨କୋଟି, ଚତୁର୍ଥ ଦିନରେ ୮୮.୨ କୋଟି, ପଞ୍ଚମ ଦିନରେ ୩୪.୧୫ ଟଙ୍କା, ଷଷ୍ଠ ଦିନରେ ୨୭.୦୫ କୋଟି ଟଙ୍କା, ସପ୍ତମ ଦିନରେ ୨୨.୨୫ କୋଟି ଏବଂ ଅଷ୍ଟମ ଦିନରେ ୨୨.୪ କୋଟି ଟଙ୍କା ରୋଜଗାର କରିଛି।

ଏହିପରି ଭାବରେ, 'କଲ୍‌କୀ ୨୮୯୮ ଏଡି' ଏପର୍ଯ୍ୟନ୍ତ ଭାରତରେ ୪୧୪.୮୫ କୋଟି ଟଙ୍କା ବ୍ୟବସାୟ କରିଛି। ତେଲୁଗୁ ଭାଷାରେ ଫିଲ୍ମର ସର୍ବାଧିକ ରୋଜଗାର ଭାବେ ୨୧୨.୨୫ କୋଟି ଟଙ୍କା ଆଦାୟ ହୋଇଛି। ସେହିପରି ହିନ୍ଦୀ ସଂସ୍କରଣରେ ୧୬୨.୫ କୋଟି ଟଙ୍କା ରୋଜଗାର କରିଛି।

ଇକୋନୋମିକ୍ ଟାଇମ୍ସ, ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ରିପୋର୍ଟ ଅନୁଯାୟୀ, 'କଲ୍‌କୀ ୨୮୯୮ ଏଡି' ୬୦୦ କୋଟି ଟଙ୍କାର ଏକ ବଡ ବଜେଟ୍‌ରେ ପ୍ରସ୍ତୁତ ହୋଇଛି। ଚଳଚ୍ଚିତ୍ରର କାହାଣୀ ଭୈରବ ନାମକ ଏକ ଶିକାରୀ ଉପରେ ଆଧାରିତ, ଯିଏ ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରୁଥିବା ସୁପ୍ରିମୋ ୟାସ୍କିନ୍‌ର ଅନ୍ଧକାର ଶକ୍ତି ବିରୁଦ୍ଧରେ ଲଢି କାଶୀବାସୀଙ୍କ ପାଇଁ ଏକ ଆଶାର କିରଣ ଭାବରେ ଉଭା ହୋଇଛି।

ତେବେ ଫିଲ୍ମର କାହାଣୀ, ଆକ୍ସନ ଓ ଷ୍ଟାର୍‌କାଷ୍ଟ୍ କାରଣରୁ ରୋଜଗାର କ୍ଷେତ୍ରରେ ଅନେକ ରେକର୍ଡ ଭାଙ୍ଗିଲାଣି। ଏହାରି ଭିତରେ ଆସନ୍ତୁ ଜାଣିନେବା ଏହି ଫିଲ୍ମରେ କାମ କରି କିଏ କେତେ ଟଙ୍କା ନେଇଛନ୍ତି।

ଅଧିକ ପଢ଼ନ୍ତୁ: ଏହି ଦିନ ଆସିବ ବବିଙ୍କ ଆଶ୍ରମ ୪; ପୁଣି ଶୁଣାଯିବ ବାବା ନିରାଲାଙ୍କ ‘ଜପନାମ୍’

ଦୀପିକା ପାଦୁକୋନ:

ଦୀପିକା ପାଦୁକୋନ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁଯାୟୀ, ସେ ପ୍ରତି ପ୍ରୋଜେକ୍ଟ ପାଇଁ ୧୫ କୋଟିରୁ ୩୦ କୋଟି ଟଙ୍କା ନିଅନ୍ତି। ଏହି ଫିଲ୍ମ ପାଇଁ ସେ ୨୦ କୋଟି ନେଇଥିବା କୁହାଯାଉଛି।

ଅମିତାଭ ବଚ୍ଚନ:

ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ନାଗ ଅଶ୍ୱିନ୍‌ଙ୍କ ନିର୍ଦ୍ଦେଶିତ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ ଅଶ୍ୱତଥାମାଙ୍କ ଭୂମିକା ପାଇଁ ୮୧ ବର୍ଷୀୟ ଅଭିନେତାଙ୍କୁ ୩୫ରୁ ୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

କମଲ ହାସନ:

ସାଉଥ୍‌ ସୁପର୍‌ଷ୍ଟାର୍‌ କମଲ ହାସନ ଏହି ଫିଲ୍ମରେରେ ସୁପ୍ରିମ ୟାସ୍କିନର ଦମଦାର ଭୂମିକା ଗ୍ରହଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ଏହି ଫିଲ୍ମରେ ଅଭିନୟ ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଫିଲ୍ମର ସିକ୍ୱେଲ୍‌ରେ କମଲ ହାସନଙ୍କର ଏକ ବଡ଼ ଭୂମିକା ରହିବ ବୋଲି ସୂତ୍ରରୁ ପ୍ରକାଶ।

ଦିଶା ପାଟନୀ:

ଆକ୍ସନ୍-ଥ୍ରୀଲର ଯୋଗରେ ଦେଖାଯାଇଥିବା ଦିଶା ଏହି ଫିଲ୍ମରେ ‘ରକ୍ସୀ’ ଭୂମିକାରେ ଅଭିନୟ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ୧୨ କୋଟି ଟଙ୍କା ରୋଜଗାର କରିଛନ୍ତି।

ପ୍ରଭାସ:

ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ‘ଭୈରବ’ ଭୂମିକାରେ ଅଭିନୟ କରିଥିବା ଦକ୍ଷିଣ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କୁ ଫି ଭାବରେ ୧୦୦ କୋଟି ଟଙ୍କା ମିଳିଛି। ଏମିତିରେ ତ୍ରରି ପ୍ରୋଜେକ୍ଟ ପାଇଁ ତାଙ୍କର ଚାର୍ଜ ହେଉଛି ୧୦୫କୋଟିରୁ ୨୦୦ କୋଟି। ତେବେ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ଚାହୁଁଥିଲେ, ତେଣୁ ଫି ବାବଦରେ ସେ ବୁଝାମଣା କରିଛନ୍ତି ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ଏହି ମେକ୍‌ଅପ୍ କଳାକାରଙ୍କ ଛୁଆଁରେ ବଦଳିଗଲେ ବିଗ୍ ବି; ଦେଖିଲେ ଆପଣଙ୍କ ଆଖି ଧୋକ୍କା ଖାଇଯିବ !

Deepika Padukone Prabhas Amitabh Bachchan Kamal Haasan Disha Patani South Indian Films
Advertisment
Advertisment