Advertisment

'ମାଇଣ୍ଡ ଗେମ୍‌କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ, ତା’ପରେ ଆମେ ବସି ସମାଧାନ କରିବା': ମନୋଜ ମିଶ୍ର

ଟୁଟୁ ନାୟକ ଏକା ନୁହନ୍ତି, ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି। ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Manoj Mishra

Manoj Mishra

ଥମୁନି ଓଲିଉଡ କଳି। ଏହାକୁ ନେଇ ବିବାଦ ବଢୁଥିବା ବେଳେ ଏହାର ସମାଧାନ ଲାଗି ଅଭିନେତା ଅରିନ୍ଦମଙ୍କ ଅନୁରୋଧ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ମନୋଜ ମିଶ୍ର। ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ମନୋଜ, ମୋ ସହିତ କ’ଣ ସମାଧାନ କରିବାକୁ ଚାହୁଁଛ ବୋଲି ଅରିନ୍ଦମଙ୍କୁ ପ୍ରଶ୍ନ କରିଛନ୍ତି।

Advertisment

ସେ ରାମ ଫିଲ୍ମକୁ ବିରୋଧ କରି ନାହାନ୍ତି କି କାହାକୁ ବି ଅଟକାଇବାକୁ କହି ନାହାନ୍ତି ବୋଲି କହିଛନ୍ତି। ବିନା ତଥ୍ୟରେ ଟୁଟୁ ନାୟକ ଏବଂ ତାଙ୍କ ସହଯୋଗୀ ମତେ ବ୍ୟାନ କରିଥିବାରୁ ମାଇଣ୍ଡ ଗେମ୍ ଫିଲ୍ମର ବହୁତ କ୍ଷତି ହୋଇଛି। ପ୍ରଥମେ ଟୁଟୁ ନାୟକ କାହିଁକି ବ୍ୟାନ କରିଛନ୍ତି ସେନେଇ କୁହନ୍ତୁ। ମାଇଣ୍ଡ ଗେମ୍‌କୁ ସାରା ଓଡ଼ିଶାରେ ରିଲିଜ୍ କରାନ୍ତୁ ତାପରେ ଆମେ ବସି ସମାଧାନ କରିବା ବୋଲି ଭିଡିଓରେ କହିଛନ୍ତି ମନୋଜ।

ଅରିନ୍ଦମ୍ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଘର କଳିକୁ ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ନିବେଦନ କରିଥିଲେ। ସେପଟେ ଅଭିନେତା ମନୋଜ ମିଶ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ପ୍ରଯୋଜକ ସଂଘ। ଟୁଟୁ ନାୟକ ଏକା ନୁହନ୍ତି, ସଂଘର ସହମତିରେ ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି।

Advertisment

ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କ ବ୍ୟାନ ଉଠିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି। ସେ ନିଜେ ବିବାଦକୁ ସମାଧାନ କରିବାକୁ ଚାହୁଁ ନାହାନ୍ତି କି ଆଲୋଚନା ପାଇଁ ଡାକିଲେ ବି ଆସୁ ନାହାନ୍ତି ବୋଲି କହିଛି ସଂଘ ।

Manoj Mishra Ollywood Arindam Roy
Advertisment
Advertisment