/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684910770.jpg)
Anupamaa actor Nitesh Pandey dies
ଟିଭି ଇଣ୍ଡଷ୍ଟ୍ରି ପାଇଁ କଳା ଦିନ । ଗୋଟିଏ ଦିନରେ ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଦୁଇ ଦୁଇଟି ଦୁଃଖଦ ଖବର । ଆଜି ସକାଳେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଆଉ ଜଣେ ଦିଗଜ ଅଭିନେତା ଦୁନିଆକୁ ଅଲବିଦା କହିଛନ୍ତି । ଜଣାଶୁଣା ଅଭିନେତା ନୀତେଶ ପାଣ୍ଡେ(Nitesh Pandey) ଆଉ ଆମ ଗହଣରେ ନାହାଁନ୍ତି । ୫୧ବର୍ଷ ବୟସରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି । ସେ ମୁମ୍ବାଇ ନିକଟ ଇଗତପୁରୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ନୀତେଶ ପାଣ୍ଡେଙ୍କ ମୃତ୍ୟୁ ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଦେଇଛି । ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ସେଲିବ୍ରିଟି ମାନେ ଅଶ୍ରୁଳ ଆଖିରେ ଅଭିନେତାଙ୍କୁ ଶେଷ ବିଦାୟ ଦେଉଛନ୍ତି । କାରଣ ସବୁବେଳେ ହସୁଥିବା ଚେହେରା ଆଉ ଦେଖିବାକୁ ମିଳିବ ନାହିଁ ବୋଲି ବିଶ୍ୱାସ କରିବା କଷ୍ଟକର ହୋଇପଡ଼ିଛି। ବିଗତ ୨୫ବର୍ଷ ଧରି ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଏକ ଲୋକପ୍ରିୟ ଚେହେରା ଥିଲେ ।
ଅନୁପମା ସୋ’ର ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ଡେ ନୀତେଶଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମ ଭିତରେ ଭଲ ବନ୍ଧୁଥା ଥିଲା । ନୀତେଶ ପାଣ୍ଡେଙ୍କ ମୃତ୍ୟୁକୁ ଗ୍ରହଣ କରିବା ସହଜ ନୁହେଁ । ଅନୁପମା ସୋ ସମୟରେ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡ୍ ତିଆରି ହୋଇଥିଲା । ଉଭୟେ ୱେବ୍ ସୋ, ଚଳଚ୍ଚିତ୍ର ଏବଂ OTT ବିଷୟବସ୍ତୁ ଉପରେ ଅନେକ ସମୟରେ ଆଲୋଚନା କରୁଥିଲେ ।
ଶାହାରୁଖଙ୍କ ସହ କାମ କରିଛନ୍ତି ନୀତେଶ...
୧୯୯୦ରେ ନୀତେଶ ଥିଏଟରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ସୋ’ରେ ଅଭିନୟ କରିଛନ୍ତି । ଓମ୍ ଶାନ୍ତି ଓମ୍ ଫିଲ୍ମରେ ଶାହରୁଖ ଖାନଙ୍କ ଆସିଷ୍ଟାଣ୍ଟ୍ ଭାବେ ଅଭିନୟ କରିଥିଲେ । ବଧାଇ ଦୋ, ରଙ୍ଗୁନ୍, ହଣ୍ଟର୍, ଦବଙ୍ଗ୍ ୨, ବାଜି, ମେରେ ୟାର୍ କି ଶାଦି ହେ, ମଦାରୀ ଭଳି ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା ​​। ସେହିଭଳି ସା ଟିଭି ଶୋ ସାୟା, ଅସ୍ତିତ୍ୱ ... ଏକ ପ୍ରେମ୍ କାହାନୀ, ହମ୍ ଲଡକିୟାଁ, ଇଣ୍ଡିଆୱାଲି ମା, ହିରୋ-ଗାୟବ୍ ମୋଡ୍ ଅନରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।
ନୀତେଶ ତାଙ୍କ ଦମଦାର୍ କଣ୍ଠ ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ । Dream castle productions ନାମକ ତାଙ୍କର ନିଜସ୍ୱ ପ୍ରଡକ୍ସନ୍ ହାଉସ୍ ଅଛି । ସେଠାରେ ସେ ରେଡିଓ ଶୋ ’କରୁଥିଲେ ।
ଶେଷ ଥର ପାଇଁ ଅନୁପମା ସୋ’ରେ ନଜର ଆସିଥିଲେ...
ଲୋକପ୍ରିୟ ସୋ’ ଅନୁପମାରେ ସେ ଧୀରଜ କପୁର ଭୂମିକାରେ ଅଭିନୟ କରିଥିଲେ । ସେ ଅନୁଜଙ୍କ ବନ୍ଧୁ ଭାବରେ ସୋ’ରେ ପ୍ରବେଶ କରିଥିଲେ । ସିରିଏଲରେ ଏବେ ବି ତାଙ୍କର ଅଭିନୟ ଚାଲିଥିଲା । କିନ୍ତୁ କିଏ ଜାଣିଥିଲା ​​ଏହା ତାଙ୍କର ଶେଷ ସୋ ହେବ । ନୀତେଶ ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣିବା ପରେ ଅନୁପମା ସୋ’ଟିମ୍ ଚକିତ ହୋଇଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)