Advertisment

କାର୍‌ ଦୁର୍ଘଟଣାରେ ‘ସାରାଭାଇ Vs ସାରାଭାଇ’ର ଫେମ୍‌ ଅଭିନେତ୍ରୀ ମୃତ

ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ସିଆଇଡି’ ଓ“ଅଦାଲତ’ ଭଳି ଅନେକ ଶୋ’ରେ ସେ ଅଭିନୟ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sarabhai vs Sarabhai Actress Death

Sarabhai vs Sarabhai Actress Vaibhavi Upadhyaya Dies In Car Accident

ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ସିଆଇଡି’ ଓ“ଅଦାଲତ’ ଭଳି ଅନେକ ଶୋ’ରେ ସେ ଅଭିନୟ କରିଥିଲେ। ତେବେ ‘ସାରାଭାଇ Vs ସାରାଭାଇ('Sarabhai vs Sarabhai)’ରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଏହି ଶୋ’ରେ ସେ ଜସ୍ମିନ୍‌ ଭୂମିକାରେ ଅଭିନୟ କରିଥିଲେ।

Advertisment

ପ୍ରଡ୍ୟୁସର ତଥା ଅଭିନେତା ଜେଡି ମଜିଠିଆ, ଯିଏକି ବୈଭବୀଙ୍କ ସହ ‘ସାରାଭାଇ Vs ସାରାଭାଇ’ରେ କାମ କରିଥିଲେ ସେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି। ଦୁଃଖ ପ୍ରକାଶ କରି ଜେଡି କହିଛନ୍ତି, ‘ହଠାତ୍‌ ଏଭଳି ଖବର ମୋତେ ଆଶ୍ଚର୍ଯ୍ୟ କରିଛି। ସେ(ବୈଭବୀ) ଜଣେ ବହୁତ ଭଲ ଅଭିନେତ୍ରୀ ଥିଲେ। ତାଙ୍କ ମୃତ୍ୟୁ ଖବର ବିଶ୍ୱାସ କରି ହେଉନାହିଁ। କେତେବେଳେ କ’ଣ ଘଟିବ ତାହା କେହିବି କହିପାରିବେ ନାହିଁ। ଏବେବି ‘ସାରାଭାଇ Vs ସାରାଭାଇ’ରେ ଜସ୍ମିନ୍‌ ଭୂମିକାରେ ତାଙ୍କର ଅଭିନୟ ମନେ ପଡ଼ୁଛି’।’

Advertisment

ଜେଡି ଆହୁରି କହିଛନ୍ତି, ‘ଚଣ୍ଡୀଗଡ଼ ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପରିବାର ଲୋକ ତାଙ୍କ ମୃତଦେହକୁ ମୁମ୍ବାଇ ଆଣିବା ସହ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବେ। ଦୁର୍ଘଟଣା ସମୟରେ ବୈଭବୀ କାର୍‌ ଭିତରେ ତାଙ୍କର ଭାବୀ ସ୍ୱାମୀଙ୍କ ସହ ଥିଲେ। ଏକ ବୁଲାଣି ରାସ୍ତାରେ ତାଙ୍କ ଗାଡ଼ି ସ୍ଲିପ୍‌ କରିବାରୁ ଦୁର୍ଘଟଣା ଘଟିଛି।’

ଖାଲି ଟିଭି ଶୋ’ ନୁହେଁ ବୈଭବୀ, ୨୦୨୦ରେ ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ଫିଲ୍ମ  'Chhapaak' ଓ ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ 'Timir'ରେ ଅଭିନୟ କରିଥିଲେ।

Road Accident Accident Car Accident
Advertisment
Advertisment