• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ଦୀର୍ଘ ଦିନର ବ୍ୟବଧାନ ପରେ ହିନ୍ଦୀର ଏକ ପ୍ରତିକ୍ଷିତ ସିନେମା ରିଲିଜ୍ ହୋଇଛି । ୨୦୧୪ରେ ରିଲିଜ୍‌ ହୋଇଥିବା ‘ଏକ ଭିଲିଆନ୍‌’ର ସିକ୍ୱେଲ୍ ‘ଏକ୍‌ ଭିଲିଆନ୍‌ ରିଟର୍ଣ୍ଣସ’ ଚଳିତ ସପ୍ତାହରେ ବଡ଼ ପରଦାକୁ ଆସିଛି । ସମାନ ନାଁକୁ ବ୍ୟବହାର କରି ସସପେନ୍ସ ମାଷ୍ଟର ମୋହିତ ସୁରୀ ଏହି ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଅନେକ ପରିଶ୍ରମ ମଧ୍ୟ କରିଛନ୍ତି । କିନ୍ତୁ ଦର୍ଶକଙ୍କ ପାଇଁ ତାହା ସେତିକି ମନଲୋଭା ହୋଇପାରିଲା ନାହିଁ ବୋଲି କୁହାଯାଉଛି ।

ତେବେ ଆସନ୍ତୁ ଜାଣିବା କେମିତି ରହିଛି ପୁରା ଫିଲ୍ମ ?

ମୋହିତ୍ ସୁରୀଙ୍କ ସୁପରହିଟ୍ ସିନେମା ଏକ ଭିଲିଆନ୍‌ ସିରିଏଲ୍ କିଲରର ରୋମାଞ୍ଚକର କାହାଣୀ । ରିତେଶଙ୍କ ଦମଦାର ଅଭିନୟ, ସୁପରହିଟ୍ ଗୀତ, ସିର୍ଦ୍ଦାଥ ମଲହୋତ୍ରା ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ ଆଜି ବି ମନରେ ରହିଛି । ହେଲେ ଏହାର ଠିକ୍ ଓଲଟା ପାର୍ଟ ୨ ବା ଏକ୍‌ ଭିଲିଆନ୍‌ ରିଟର୍ଣ୍ଣସ । ଅର୍ଜୁନ କପୁର, ତାରା ସୁତରିଆ, ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ । ୪ ଜଣଙ୍କ ଭିତରୁ କେହି ବି ଆକ୍ଟିଂ କରିନାହାନ୍ତି ।

ଶୁଣିକି ଆଶ୍ଚଯର୍ୟ ଲାଗୁଛି କି ? ସତ ହେଉଛି କେହି ବି ଅଭିନୟ କରିନାହନ୍ତି, ଯଦି କେହି ଏମାନଙ୍କ ଭିତରୁ ଅଭିନୟ କରିଛି ସେ ହେଉଛି ୟେଲୋ ମାସ୍କ ।ଏମାନଙ୍କଠୁ ଅଧିକ ସସପେନ୍ସ ତ୍ ତା ଭିତରେ ରହିଛି । ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ଭୂମିକାରେ ନଜର ଆସିଛନ୍ତି ଅର୍ଜୁନ । ଯାହା ତାଙ୍କୁ ବେଶ୍ ସୁଟ୍ କରିଛି । ତାରା ସୁତରିଆ ଜଣେ ଗାୟିକା ହେବାକୁ ଚେଷ୍ଟା କରୁଛନ୍ତି, ଜନ୍ ଆବ୍ରାହମ୍ ଆକ୍ଟିଂ କମ୍ ବଡି ଓ ପାଟି ଅଧିକା ।

ଆଉ କଥା ରହିଲା ଦିଶା ପଟାନୀଙ୍କ କଥା । ଖାଲି ବୋଧେ ବୋଲ୍ଡ ସିନ୍ ପାଇଁ ତାଙ୍କୁ ସିନେମାରେ ଆଣିଛନ୍ତି ମୋହିତ୍ । ଫିଲ୍ମର ପ୍ରଥମ ଭାଗରୁ ହିଁ ଜାଣି ହୋଇଯିବ କିଲର୍ କିଏ ? ତେଣୁ ଫାଷ୍ଟ ହାଫ୍ ପରେ ସିନେମା ହଲ୍‌ରୁ ବାହାରିଯିବାକୁ ଇଚ୍ଛା ହେବ ।

ତେବେ ଶେଷରେ ରିତେଶ ଦେଶମୁଖଙ୍କ ଏକ କେମିଓ ରହିଛି । ମାତ୍ର ୩୦ ସେକେଣ୍ଡର କେମିଓ ସମ୍ପୂର୍ଣ୍ଣ ଫିଲ୍ମଠୁ ଅଧିକ ପସନ୍ଦ ଆସିଛି । ଓଟିଟି ଓ ସାଉଥ୍‌ରେ ଗୋଟେ ପରେ ଗୋଟେ ସସପେନ୍ସ ଫିଲ୍ମକୁ ଦର୍ଶକ ଦେଖିଛନ୍ତି । ଏହାପରେ ବି ଯଦି, ମୋହିତ୍ ସୁରୀ ଓ ବଲିଉଡ୍ ବୁଝି ପାରୁନି କି କିପରି ସିନେମା ଦର୍ଶକଙ୍କ ଦରକାର । ତାହେଲେ ବଲିଉଡ୍ କେବେ ଶିଖିବ ।