/odishatv-khabar/media/post_attachments/uploadimage/library/16_9/16_9_0/UPSC_1713269130.jpg)
UPSC
ଘୋଷଣା ହୋଇଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଫଳାଫଳ । ଏଥିରେ AIR ୧ ରାଙ୍କ ପାଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । କିନ୍ତୁ ଏହା ଜାଣିବା ପରେ ତାଙ୍କର ଖୁସିର ସୀମା ରହିନଥିଲା । ସେ ବିଶ୍ୱାସ କରିପାରିନଥିଲେ ଯେ, ସର୍ବ ଭାରତୀୟସ୍ତରରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଆଉ ଏହା ଜାଣିବା ପରେ ତାଙ୍କର ପ୍ରତିକ୍ରିୟା ଦେଖିବା ଭଳି ଥିଲା । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆଦିତ୍ୟ ଖୁସିରେ ଆତ୍ମହରା ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ପରେ ପରେ ତାଙ୍କର ସାଥୀମାନେ ଆସି ତାଙ୍କୁ ବିପୁଳ ପରିମାଣରେ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳୁଛି ।
ଇନଷ୍ଟାଗ୍ରାମରେ ଏହି ଭିଡିଓଟି ପୋଷ୍ଟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓକୁ ପ୍ରାୟ ୧.୮ ଲକ୍ଷ ଲୋକ ଦେଖିସାରିଲେଣି । ୧୨,୦୦୦ ରୁ ଅଧିକ ଲାଇକ୍ ମଧ୍ୟ ମିଳିସାରିଛି । ଅନେକ ଏହି ଭିଡିଓ ଦେଖିବା ପରେ ନିଜ ମତ ପ୍ରକାଶ କରିଛନ୍ତି । କେହି କେହି କହିଛନ୍ତି, ଏହା ଗୋଟେ ସୁନ୍ଦର ମୁହୂର୍ତ୍ତ । ଆଉ ଜଣେ କହିଛନ୍ତି, "ଅଭିନନ୍ଦନ, ତୁମେ ଏଥିପାଇଁ ଯୋଗ୍ୟ," ।
ତେବେ ଶ୍ରେଷ୍ଠ ୧୦ରେ ଥିବା ଅନ୍ୟ ଟପ୍ପରମାନେ ହେଲେ: ଅନିମେଶ ପ୍ରଧାନ (୨), ଡୋନୁରୁ ଅନନ୍ୟା ରେଡ୍ଡୀ (୩), ପି କେ ସିଦ୍ଧାର୍ଥ ରାମକୁମାର (୪), ରୁହାନୀ (୫), ଶ୍ରୀକ୍ଷେତ୍ର ଦବାସ (୬) ଅନମୋଲ ରାଠୋର (୭), ଆଶିଷ କୁମାର (୮), ନୌସିନ (୯) ଏବଂ ଐଶ୍ୱର୍ଯ୍ୟମ୍ ପ୍ରଜାପତି (୧୦) । ଚଳିତ ବର୍ଷ ୟୁପିଏସସି ପରୀକ୍ଷାରେ ମହିଳାମାନେ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)