Advertisment

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ : ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି

ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ,ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା

author-image
Prangyan Parimita
ଅଦ୍ୟତନ ହୋଇଛି
 Unique ID system For Students

Unique ID system

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଲାଗୁ ହେବ ଷ୍ଟୁଡେଣ୍ଟ୍ ୟୁନିକ ଆଇଡି ସିଷ୍ଟମ (Unique ID system)। ଏଥିପାଇଁ ଅଗଷ୍ଟରୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ। ଆଧାର ସହ ଲିଙ୍କ ହେବ ପିଲାଙ୍କ ୟୁନିକ୍ ଆଇଡି। ଫେକ୍ ସାର୍ଟିଫିକେଟ ରୋକିବାକୁ ନ୍ୟାସନାଲ ଏଜୁକେସନାଲ ଓ ଟେକ୍ନୋଲୋଜିକାଲ ଫୋରମ୍, NETF ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପଞ୍ଜୀକରଣ ପରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ତାଲିକା ୱେବସାଇଟ ଜରିଆରେ ସର୍ବସାଧାରଣ ପାଇଁ ଉପଲବ୍ଧ ହେବ ।

Advertisment

ଶିକ୍ଷାନୁଷ୍ଠାନ ବଦଳିଲେ କି ରାଜ୍ୟ ବାହାରେ ପଢ଼ିଲେ ବି କୌଣସି ଅସୁବିଧା ହେବନି। ଡ୍ରାଫ୍ଟ ଡକୁମେଣ୍ଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ପୋର୍ଟାଲରେ ରହିଛି। ମେ ୫ ସୁଦ୍ଧା ମତାମତ ଲୋଡା ଯାଇଛି। ମତାମତ ଆସିବା ପରେ ଅଗଷ୍ଟ ରୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ। G-20 ସମ୍ମିଳନୀ(G-20 Summit)ରେ ଏହି ସୂଚନା ଦେଇଛନ୍ତି NETFର ଅଧ୍ୟକ୍ଷ ଡକ୍ଟର ଅନିଲ ସହସ୍ରବୁଦ୍ଧେ।...

କେବଳ ଫେକ୍ ଛାତ୍ରଛାତ୍ରୀ ନୁହନ୍ତି ନକଲି ଅଧ୍ୟାପକ ଓ ନକଲି ଶିକ୍ଷାନୁଷ୍ଠାନ ଉପରେ ମଧ୍ୟ ଏହି ବ୍ୟବସ୍ଥା ଦ୍ୱାରା ଅଙ୍କୁଶ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଅନଲାଇନ୍ ଜରିଆରେ ଗୋଟିଏ ପ୍ଲାଟଫର୍ମରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନଗୁଡିକ ସମ୍ପର୍କରେ ଅବଗତ ହୋଇପାରିବେ । ଏହା ଖୁବ୍ ଶୀଘ୍ର ଲାଗୁ ହେବା ଉଚିତ ବୋଲି ଶିକ୍ଷାବିତ୍ ଓ ଛାତ୍ର ଛାତ୍ରୀ ମତ ରଖିଛନ୍ତି।

Advertisment

କିଛି ଦିନ ତଳେ ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଜାଲ ସାର୍ଟିଫିକେଟ ଘଟଣା ନଜରକୁ ଆସିଛି । ଯାହାର ଚେର ରାଜ୍ୟ ବାହାର ଯାଏଁ ଲମ୍ବିଛି। ତେବେ ଷ୍ଟୁଡେଣ୍ଟ ୟୁନିକ ଆଇଡି ଲାଗୁ ହେଲେ ଜାଲ ସାର୍ଟିଫିକେଟରେ କେତେ ରୋକ୍ ଲାଗୁଛି ତା ଉପରେ ନଜର ରହିବ।....

Student
Advertisment
Advertisment