Advertisment

ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା

ସିବିଏସ୍ଇ ଓ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା । ପରୀକ୍ଷା ସାଢେ ୧୦ରୁ ଆରମ୍ଭ ହୋଇଥିବା ବେଳେ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର୍ଥୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
cbse exam

cbse exam

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଗତକାଲିଠୁ ଆରମ୍ଭ ହୋଇଥିବା ବେଳେ ଆଜି ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି । ଦିନ ସାଢେ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨ ଘଣ୍ଟା ଅର୍ଥାତ୍ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ସେହିପରି ଆଜି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ ।

Advertisment

ଦଶମ ଶ୍ରେଣୀର ପରୀକ୍ଷା ମେ ୨୪ ତାରିଖରେ ସରିବ । ସେହିପରି ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଜୁନ ୧୫ ତାରିଖ ଯାଏଁ ଚାଲିବ । ଛାତ୍ରଛାତ୍ରୀ ପ୍ରିଣ୍ଟିଂ ଆଡମିଟ୍ କାର୍ଡ ନେଇ ପରୀକ୍ଷା କକ୍ଷକୁ ଆସିବା ଲାଗି ନିର୍ଦ୍ଦେଶ ରହିଛି। କୋଭିଡ-୧୯ ନିୟମ ପାଳନ କରି ପରୀକ୍ଷା ନିୟନ୍ତ୍ରଣ କରାଯିବ ବୋଲି ସିବିଏସ୍ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି

ସାରା ଦେଶରେ ଦଶମରେ ପ୍ରାୟ ୨୧ ଲକ୍ଷ ୧୬ ହଜାର ପିଲା ପରୀକ୍ଷା ଦେବାକୁ ଥିବା ବେଳେ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଓଡ଼ିଶାରୁ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବା ବେଳେ ୧୦ମ ଶ୍ରେଣୀରେ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଦଶମରେ ୨୨,୭୩୨ ସ୍କୁଲର ଛାତ୍ରଛାତ୍ରୀ ୭ ହଜାର ୪୦୬ କେନ୍ଦ୍ରରେ ପରୀକ୍ଷା ଦେବେ ଓ ଦ୍ୱାଦଶରେ ୧୫,୦୮୦ ସ୍କୁଲର ଛାତ୍ରଛାତ୍ରୀ ୬,୭୨୦ କେନ୍ଦ୍ରରେ ପରୀକ୍ଷା ଦେବେ ।

Advertisment
CBSE Exams
Advertisment
Advertisment