Advertisment

ପରୀକ୍ଷା ବେଳେ ମୋବାଇଲ୍‌ ଅନ୍‌ କଲେ; ନିଲମ୍ବିତ ହେଲେ ୩ ଅଧୀକ୍ଷକ

କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
BSE Odisha Matric Exam 2023

Odisha Matric Exam

ମାଟ୍ରିକ ଓ SOS ପରୀକ୍ଷା ଅନିୟମିତତା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଜିଲ୍ଲା ଡିଇଓ ବିଶ୍ୱଜିତ ଘୋଷ। ବଦଳିଲେ ୩ ଅଧୀକ୍ଷକ। ନିମାପଡ଼ା ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । କପି ପାଇଁ ମୁଲଚାଲ ଅଡିଓ ଭାଇରାଲ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ସମେତ ସବୁ ପରୀକ୍ଷକ ଦାୟିତ୍ୱରୁ ହଟିଲେ ।

Advertisment

କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣି ଚାକିରିରୁ ନିଲମ୍ବିତ ହୋଇଛନ୍ତି । କିରାଣିଙ୍କ ମୋବାଇଲ୍ ଅନ୍ ଥିବାରୁ ନିଲମ୍ବନ କଲେ ଡିଇଓ।

ଏପଟେ ଶେଷ ହୋଇଛି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଆଜି ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗତ ୧୦ତାରିଖରେ ଆରମ୍ଭ ହୋଇଥିବା ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷା ବିଷୟ ପରୀକ୍ଷା ଦେଇଥିଲେ ପିଲା । ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲଫ କରିଛନ୍ତି । ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଛି। ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

Advertisment
Odisha Matric Exam Matric Exam BSE Odisha
Advertisment
Advertisment