/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662969873.jpg)
smart school
ସ୍କୁଲରେ କଳାପଟା ନାହିଁ । ଆଲମିରା ସାମ୍ନା ପଟକୁ କଳାପଟା ଭାବେ ବ୍ୟବହାର କରାଯାଇ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସ୍ମାର୍ଟ ସ୍କୁଲର ଏହା ହେଉଛି ଅସଲ ଚିତ୍ର । ଏ ଦୃଶ୍ୟ ସ୍ମାର୍ଟ ସ୍କୁଲର ପ୍ରକୃତ ହାଲ୍ ବଖାଣୁଛି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ବିଦ୍ୟାଳୟର ପିଲାମାନେ ତଳେ ବସି ପାଠ ପଢୁଥିବା ବେଳେ ଶ୍ରେଣୀରେ କଳାପଟା ଟିଏ ନାହିଁ । ତେଣୁ ଶିକ୍ଷୟିତ୍ରୀ ବାଧ୍ୟ ହୋଇ ଆଲମିରାକୁ କଳାପଟା ଭାବେ ବ୍ୟବହାର କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ସ୍କୁଲରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ୫ଟି ପ୍ରୟୋଗଶାଳା ତିଆରି କରାଯାଇଛି । କାମ ସରିବା ଆଗରୁ ଉଦଘାଟନ ବି ହୋଇଛି । କିନ୍ତୁ ସ୍କୁଲରେ କଳାପଟାଟେ ବି ନାହିଁ । ଏହି ଦୃଶ୍ୟ ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ଅଭିଯାନକୁ ଉପହାସ କରୁଛି କହିଲେ କିଛି ଭୁଲ୍ ହେବ ନାହିଁ ।
ଚାଲିଛି '5T' ପାଠପଢା#Binika#OTVpic.twitter.com/RctPKSzgFH
— ଓଟିଭି (@otvkhabar) September 12, 2022
ପିଲାମାନଙ୍କୁ ରାଜ୍ୟ ସରକାର କେମିତି ସ୍ମାର୍ଟ କରୁଛନ୍ତି ଏଇ ଦୃଶ୍ୟକୁ ଦେଖିଲେ ଠିକ୍ ଜଣାପଡୁଛି । ଦିନେ କିମ୍ବା ଦୁଇଦିନ ନୁହଁ ମାସମାସ ଧରି ଏଠାରେ ଏମିତି ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)