• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଳିତବର୍ଷ ମାଟ୍ରିକ ପିଲାଙ୍କ ସିଲାବସ୍ ପରିବର୍ତ୍ତନ କରାଯାଇଛି । ଏଥର ଶତ ପ୍ରତିଷତ ସିଲାବସରେ ପରିକ୍ଷା ହେବ । ଦୁଇମାସ ହେବ ସ୍କୁଲରେ ଆରମ୍ଭ ହେଲାଣି ପାଠପଢା । ହେଲେ ବିଡ଼ମ୍ବନାର ବିଷୟ ଏଯାଏଁ ଆସିନି ବହି । ବୋର୍ଡ ପ୍ରକାଶ କରିନି ନୂଆ ବହି । ମାଟ୍ରିକ ପିଲାଙ୍କର ନୂଆ ସିଲାବସରେ ଭୂଗୋଳ ଓ ଜୀବ ବିଜ୍ଞାନ ବହି ବୋର୍ଡ ପ୍ରକାଶ କରିନଥିବାରୁ ପୁରାଣା ବହିରେ ଚାଲିଛି ପାଠପଢା ।

ଜୀବ ବିଜ୍ଞାନରେ କୋଭିଡ୍-୧୯ ଓ ଭୂଗୋଳ ବହିର ସିଲାବସରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦୁଇଟି ନୂଆ ବିଷୟ ସ୍ଥାନ ପାଇଛି । ହେଲେ ଦୁଇ ମାସ ହେବ ପାଠ ପଢ଼ା ଆରମ୍ଭ ହୋଇସାରିଥିଲେ ବି ବହି ବଜାରକୁ ଆସିନି । ତେଣୁ ଏବେ ବି ପୁରୁଣା ବହିରେ ପଢୁଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପୁରୁଣା ବହିରେ ଏହି ଦୁଇଟି ବିଷୟ ସ୍ଥାନ ପାଇନଥିବାରୁ ପିଲାମାନେ ଓ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପଟେ କେବେ ବଜାରକୁ ବହି ଆସିବ ତାହା ମଧ୍ୟ ଜଣାପଡିନି । ବହି ଦୋକାନୀଙ୍କ କହିବା କଥା ବୋର୍ଡ ତରଫୁର ଏହି ଦୁଇଟି ନୂଆ ବହି ଏଯାଏଁ ବଜାରକୁ ଆସିନି । ତେଣୁ ପ୍ରତିଦିନ ଅନେକ ପିଲା ଦୋକାନକୁ ଆସି ନିରାଶ ହେଉ ଫେରୁଛନ୍ତି ।

ବଜାରକୁ କେବେ ବହି ଆସିବ, ସେନେଇ ମଧ୍ୟ ବୋର୍ଡ ପକ୍ଷରୁ କୌଣସି ସଠିକ୍ ସୂଚନା ମିଳିପାରୁ ନାହିଁ । ଅନ୍ୟପଟେ ମନ୍ତ୍ରୀ ବହୁ ଆଗରୁ ଏହି ଦୁଇ ବିଷୟର ଆବଶ୍ୟକତାକୁ ଦେଖି ସିଲାବସରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ଏପର୍ଯ୍ୟନ୍ତ ପିଲାଙ୍କୁ ସେହି ପୁରୁଣା ବହିରେ ପାଠପଢିବାକୁ ପଡୁଛି । ସେପଟେ ଜଣେ ଶିକ୍ଷକ କହିଛନ୍ତି ଏହି ଦୁଇଟି ବିଷୟ ଫେବୃଆରୀ ଓ ମାର୍ଚ୍ଚ ମାସ ବେଳକୁ ପଢାଯିବ । ତେଣୁ କୌଣସି ସମସ୍ୟା ଉପୁଜିବ ନାହିଁ । ବହି ଆସୁ ଆସୁ ଯଦି ଫେବୃଆରୀ ମାସ ହୁଏ, ତେବେ ମାଟ୍ରିକ ପିଲା ବହି ପାଇବେ କେବେ ପରିକ୍ଷା ଦେବେ କେବେ, ତାକୁ ନେଇ ଉଠିଛି ପ୍ରଶ୍ନ ।