Advertisment

ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା

author-image
Prangyan Parimita
ଅଦ୍ୟତନ ହୋଇଛି
undefined

CHSE result

ବିବାଦ ଆଉ ବିଭ୍ରାଟ ଭିତରେ ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ଶେଷ ଯାଏଁ ଅବ୍ୟବସ୍ଥା। ଗଣଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଫଳ ଘୋଷଣା କରିବା ପରେ ବି ପିଲାଏ ପ୍ରାୟ ଦୁଇ ଘଣ୍ଟା ଯାଏଁ ୱେବସାଇଟରେ ନିଜ ରେଜଲ୍ଟ ଦେଖିପାରିନଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା । ଚାହିଁ ଜଳକା ଖେଳ ଖେଳୁଥିବା ପରିଷଦର ବ୍ୟବସ୍ଥାଗତ ତ୍ରୁଟି ଉପରେ ପ୍ରଶ୍ନ ଉଠାଇଲେ। କିଛି ସମୟ ପାଇଁ ପିଲାଙ୍କ ମନକୁ ଭୟ ଘାରିଥିଲା ଯେ ଆଜି ସେମାନେ ପରୀକ୍ଷା ଫଳ ଦେଖିପାରିବେ ତ?

Advertisment

ଖାଲି ଏ ଗୋଟିଏ ବିଭ୍ରାଟ ନୁହେଁ। ରେଜଲ୍ଟ ପ୍ରକାଶନ ତାରିଖ ଘୋଷଣା ବି ଶେଷ ମୁହୂର୍ତ୍ତ ଯାଏ ସ୍ପଷ୍ଟ କରିପାରିନଥିଲା ପରିଷଦ। ପରୀକ୍ଷା ସରିବାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବା କଥା। ଏଥର ସବୁ ଅଧ୍ୟାପକ ମୂଲ୍ୟାୟନରେ ସହଯୋଗ କରିଥିଲେ। ଏହାସତ୍ତ୍ୱେ ବି କାହିଁକି ସିବିଏସ୍ଇ ଓ ସିଆଇସିଏସ୍ଇ ଠାରୁ ୧୫ ଦିନ ବିଳମ୍ବରେ ପ୍ରକାଶ ପାଇଲା ରେଜଲ୍ଟ?

ଅଧିକ ପଢ଼ନ୍ତୁ: CHSE +2 ରେଜଲ୍ଟ: ଏଥର ବି ଝିଅ ଆଗରେ

ଅନ୍ୟପଟେ ପରୀକ୍ଷା ଏକା ସାଙ୍ଗରେ ହୋଇଥିଲେ ସୁଦ୍ଧା ସର୍ବାଧିକ ପରୀକ୍ଷାର୍ଥୀ ଥିବା କଳା ବିଭାଗର ପରୀକ୍ଷା ଫଳ କିନ୍ତୁ ପ୍ରକାଶ ପାଇପାରିନି। ଏଥିପାଇଁ ଆହୁରି ସପ୍ତାହେ ସମୟ ଲାଗିବ ବୋଲି କହିଛି ପରିଷଦ। ସାରାଦେଶ ଓ ବିଦେଶରେ ପରୀକ୍ଷା ପରିଚାଳନା କରି ଏକା ସାଙ୍ଗରେ ରେଜଲ୍ଟ ପ୍ରକାଶନ କରୁଛି ସିବିଏସ୍ଇ ଓ ସିଆଇସିଏସ୍ଇ। ମାତ୍ର ସିଏଚ୍ଏସ୍ଇ କେବଳ ରାଜ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ବର୍ଷକୁ କେବଳ ଗୋଟିଏ ପରୀକ୍ଷା କରୁଥିଲେ ବି ଏକା ସାଙ୍ଗରେ ସବୁ ଷ୍ଟ୍ରିମ ରେଜଲ୍ଟ ପ୍ରକାଶନ ତ ଦୂରର କଥା ସଠିକ୍ ପରିଚାଳନା କରିପାରୁନି। ଯାହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଶିକ୍ଷାବିତ। ସେପଟେ ଆସନ୍ତା ବର୍ଷରୁ ଏକାସାଙ୍ଗରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଏବେଠାରୁ ଦୃଢୋକ୍ତି ପ୍ରକାଶ କରିଛି ପରିଷଦ।

Advertisment

ମାତ୍ର ସାଢେ ତିନି ଲକ୍ଷ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ୟବସ୍ଥାଗତ ତ୍ରୁଟିକୁ ପଦାରେ ପକାଇଛି।

CHSE CHSE Odisha
Advertisment
Advertisment