Advertisment

Exam Tension: ଗୋଟିଏ ଦିନରେ ଦୁଇଟି ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ

ଏକା ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ। ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCର ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି। ଅନେକ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ଦେଉଥିବାରୁ ସେହିଦିନ କେଉଁ ପରୀକ୍ଷା ଦେବେ, କେଉଁ ପରୀକ୍ଷା ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ।

exam

exam

Advertisment

ପୁଣି ଏକା ଦିନରେ ଦୁଇ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ଭିତରେ ଦ୍ବନ୍ଦ୍ବ। ଆସନ୍ତା ୨୨ ତାରିଖରେ ଗୋଟିଏ ପଟେ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ଜୁନିୟର ଇଂଜିନିୟର ପରୀକ୍ଷା ଥିବା ବେଳେ ସେହିଦିନ OPSCର ଓଏଏସ୍ ମୁଖ୍ୟ ପରୀକ୍ଷା ବି ରହିଛି। ଅନେକ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ଦେଉଥିବାରୁ ସେହିଦିନ କେଉଁ ପରୀକ୍ଷା ଦେବେ, କେଉଁ ପରୀକ୍ଷା ଛାଡିବେ ତାକୁ ନେଇ ଏବେ ଦ୍ବନ୍ଦ୍ବରେ। RRB ଓ OPSC ମଧ୍ୟରେ ସମ୍ମନ୍ବୟର ଅଭାବ ଯୋଗୁ ଚିନ୍ତାରେ ହଜାର ହଜାର ପରୀକ୍ଷାର୍ଥୀ।

Advertisment

ଅଧିକ ପଢ଼ନ୍ତୁ:  ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌

ଗୋଟିଏ ତାରିଖରେ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା। ଗୋଟିଏ ରାଜ୍ୟ ସରକାରଙ୍କ କ୍ଲାସ ୱାନ୍ ପରୀକ୍ଷା, ଅନ୍ୟଟି ରେଲୱେର କ୍ଲାସ ବି ଏକଜାମ୍। କେଉଁଟା ଦେବେ କେଉଁଟା ଛାଡିବେ, ତାକୁ ନେଇ ଦ୍ବନ୍ଦ୍ବରେ ଶହ ଶହ ପରୀକ୍ଷାର୍ଥୀ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ସିଭିଲ୍ ସର୍ଭିସ-୨୦୨୩ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା। ତାରି ଭିତରେ ୨୨ ତାରିଖରେ ହେବାକୁ ଯାଉଛି ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା RRB ଦ୍ବାରା ପରିଚାଳିତ ଜୁନିୟର ଇଂଜିନିୟର ପରୀକ୍ଷା। ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ବହୁ ଆଗରୁ OPSC ତାରିଖ ସ୍ଥିର କରିଥିବା ବେଳେ RRB କିନ୍ତୁ ପୂର୍ବ ସୂଚୀରେ ପରିବର୍ତ୍ତନ କରି ଚଳିତ ମାସ ୨୨ ତାରିଖରେ JE ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଗୋଟିଏ ତାରିଖରେ ଯଦି ଦୁଇଟି ଯାକ ପରୀକ୍ଷା ହୁଏ, ତାହେଲେ ବହୁ ଆଶୟୀ ପ୍ରାର୍ଥୀ ଗୋଟିଏ ପରୀକ୍ଷାରୁ ବଞ୍ଚିତ ହେବେ। କେବଳ ସେତିକି ନୁହେଁ, ଅନେକ ଆଶାୟୀଙ୍କ ନିର୍ଦ୍ଧାରିତ ବୟସ ସୀମା ବି ଏଥର ପୂରି ଯାଉଥିବାରୁ ସେମାନଙ୍କ ଚିନ୍ତା ବଢିଛି। ତେଣୁ ଯେକୌଣସି ଗୋଟିଏ ପରୀକ୍ଷାର ତାରିଖ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି ଆଶାୟୀ।

RRB ଜାତୀୟସ୍ତରରେ ପରୀକ୍ଷା କରୁଥିବାରୁ ଏହାର ତାରିଖ ପରିବର୍ତ୍ତନ ହେବା ସମ୍ଭାବନା ଆଶା କ୍ଷୀଣ । ସେହିପରି OPSC, ୨୦୨୩ ଓଡ଼ିଶା ସିଭିଲ ମେନ୍ ପରୀକ୍ଷା ବିଭିନ୍ନ କାରଣରୁ ବିଳମ୍ବରେ କରିବା ପାଇଁ ତାରିଖ ସ୍ଥିର କରିଛି। କିନ୍ତୁ OPSC ଏବଂ RRB ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏଭଳି ଏକ ସ୍ଥିତି ଉପୁଜିଛି। ତେବେ ଏନେଇ ଉଭୟ କର୍ତ୍ତୃପକ୍ଷ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସେପଟେ ପୂର୍ବତନ ପ୍ରଶାସକ କହିଛନ୍ତି RRB ଦ୍ବାରା ପରିଚାଳିତ ପରୀକ୍ଷା ଜାତୀୟ ସ୍ତରରେ ହେଉଥିବାରୁ ତାରିଖ ପରିବର୍ତ୍ତନ କରିବା ସମ୍ଭବ ନୁହେଁ। OPSC କର୍ତ୍ତୃପକ୍ଷ ଚାହିଁଲେ ପରୀକ୍ଷା ତାରିଖ ବଦଳାଇ ପାରିବେ।

Advertisment

ଅଧିକ ପଢ଼ନ୍ତୁ: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

RRB OPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ