• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଲା ଅଛନ୍ତି, ଶିକ୍ଷକ ଅଛନ୍ତି, ହେଲେ ବହି ନାହିଁ । କେନ୍ଦୁଝର ଜିଲ୍ଲା ର ଏକାଧିକ ସ୍କୁଲରେ ବିନା ବହିରେ ଚାଲିଛି ପାଠପଢା । ଆଉ ଦିନ କେଇଟା ପରେ ଦଶମ ଶ୍ରେଣୀ । ପିଲା ଟେଷ୍ଟ ପରୀକ୍ଷା ମୁଣ୍ଡ ଉପରେ ଥିବାବେଳେ ବିନା ବହିରେ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା ଦେବେ, ତାହା  ଚିନ୍ତାରେ ପକାଇଛି ।  ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏଭଳି ଅବସ୍ଥା ପାଠପଢ଼ା ସ୍ଥିତିକୁ ଅତି ଜଟିଳ କରି ପକାଇଛି ।

ଅଧିକ ପଢ଼ନ୍ତୁ: 5T ସ୍କୁଲ ଛାତରୁ ଖସିଲା ସିଲିଂ ! ଅଳ୍ପକେ ବର୍ତ୍ତିଲେ ଶିକ୍ଷକ-ଶିକ୍ଷୟିତ୍ରୀ

କି ଧନୀ କି ଗରୀବ କେହି ହେଲେ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ  । ତେଣୁ ସରକାର ଆରମ୍ଭ କଲେ ସମଗ୍ର ଶିକ୍ଷା ଅଭିଯାନ ଓ ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନା । ଏହି ଯୋଜନା ମାଧ୍ୟମରେ ସ୍କୁଲ ରେ ପିଲାମାନଙ୍କୁ ବିଭିନ୍ନ ସ୍ତରରେ ମାଗଣା ରେ ବହି , ଖାଦ୍ୟ , ପୋଷାକ ଆଦି ଯୋଗାଇ ଦେବାର ବ୍ୟବସ୍ଥା ରହିଛି | ହେଲେ କେନ୍ଦୁଝର ଜିଲ୍ଲାରେ ଏହି ଯୋଜନା ଏବେ ସ୍କୁଲ ପିଲାଙ୍କ ଠାରୁ ଯୋଜନ ଯୋଜନ ଦୂରରେ । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି  କେନ୍ଦୁଝର ସହର ର ଏନ୍.ଏସ୍. ପୋଲିସ ହାଇସ୍କୁର ଓ ଆଟୋପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ପରଖା ଯାଇଥିଲା ।

ବର୍ତ୍ତମାନ କିଛି ଶ୍ରେଣୀର ପରୀକ୍ଷା ଚାଲିଥିବା ବେଳେ ଅଳ୍ପ ଦିନ ଭିତରେ ଆଉ କିଛି ଶ୍ରେଣୀର ପିଲା ପରୀକ୍ଷା ଦେବେ । ହେଲେ ଆଜି ପର୍ଯ୍ୟନ୍ତ ସେମାନେ କିଛି ବହି ପାଇ ନାହାନ୍ତି । ତେଣୁ ପରୀକ୍ଷା କିପରି ଦେଉଥିବେ ଓ ଆଗକୁ କିପରି ପରୀକ୍ଷା ଦେବେ , ସେନେଇ ଛାତ୍ରଛାତ୍ରୀ ମାନେ ଚିନ୍ତାରେ ପଡ଼ିଛନ୍ତି । ଏପଟେ ପିଲାମାନେ ବହି ନ ପାଇ ପାଠ ପଢ଼ି ପାରୁ ନଥିବା ବେଳେ ସେପଟେ କିନ୍ତୁ ଗୋଦାମ ଘରେ ବଣ୍ଡଲ ବଣ୍ଡଲ ବହି ଗଦା ଗଦା ହୋଇ ଥୁଆ ହୋଇଥିବା ଦେଖିବାକୁ ମିଳିଛି ।

ସୁଚନାଯୋଗ୍ୟ ସଦର ବ୍ଲକରେ ମୋଟ ୨୦୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟ ରହିଛି ୧୪୩ଟି । ସେହିପରି ଷଷ୍ଠ ରୁ ଅଷ୍ଟମ ଶ୍ରେଣଣୀ ପର୍ଯ୍ୟନ୍ତ ମୋଟ ୬୩ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ୧୪୩ଟି ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୩ ହଜାର ୮୪୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଉଚ୍ଚ ପ୍ରାଥମିକ ୬୩ଟି ବିଦ୍ୟାଳୟ‌ରେ ୭ ହଜାର ୬୦୩ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ମୋଟ୍ ୨୦୬ଟି ବିଦ୍ୟାଳୟ ପାଇଁ ୧,୯୨,୩୧୦ ଖଣ୍ଡ ପାଠ୍ୟ ପୁସ୍ତକର ଆବଶ୍ୟକ ଥବବା ବେ‌ଳେ ଆଜି ପର୍ଯ୍ୟନ୍ତ ଏହି ବ୍ଲକକୁ ମିଳିଛି ମୋଟ ୧ ଲକ୍ଷ ୬୦ ହଜାର ୩୩୦ ଖଣ୍ଡ ପାଠ୍ୟ ପୁସ୍ତକ। ଏମିତିକି ଅନେକ ବିଦ୍ୟାଳୟରେ ‌ଗୋଟେ ଗୋଟ ଶ୍ରେଣଣୀ ପାଇଁ ଜମାରୁ ବି ପାଠ୍ୟ ପୁସ୍ତକ ଆସିନି।

କେବଳ ଶିକ୍ଷକମାନେ ମୌଖିକ ପାଠ ପଢ଼ାଇବାରେ ଲାଗିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ କୌଣସି ସ୍କୁଲର ଶିକ୍ଷକ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ । ହେଲେ ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରଙ୍କ କହିବା କଥା, ଆମେ ଯାହା ବହି ପାଇଛୁ ସବୁ ସ୍କୁଲ କୁ ଯୋଗାଇ ଦେଇଛୁ । ଯଦି କେଉଁ ସ୍କୁଲରେ ବହି ପହଞ୍ଚି ପାରିନାହିଁ ଆମେ ତୁରନ୍ତ ସେଠାରେ ବହି ଯୋଗାଇ ଦେବାର ବ୍ୟବସ୍ଥା କରିବୁ ।

(ରିପୋର୍ଟ – ପ୍ରଣୟ ପାଣି, କେନ୍ଦୁଝର)