• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଚର୍ଚ୍ଚାରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ବାଟରେ ଯାଉଥିବା ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ଅଟକାଇ ସ୍କୁଲକୁ ବିଳମ୍ବରେ କାହିଁକି ଯାଉଛ ବୋଲି ପ୍ରଶ୍ନ କରିଛନ୍ତି । ପୁରୀ ଜିଲ୍ଲା ପିପିଲି ଟୋଲଗେଟ୍ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଦିନ ୧୦ଟା ୨୦ ମିନଟ ସମୟରେ ଦୁଇ ଜଣ ଶିକ୍ଷୟିତ୍ରୀ ସ୍କୁଲ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଗଣଶିକ୍ଷା ମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ସେହିପରି ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରି ପିଲାମାନେ ଏଣେତେଣେ ବୁଲୁଥିବା ଦେଖିଥିଲେ ମନ୍ତ୍ରୀ, ପରେ ଅଫିସରେ ବସିଥିବା ଶିକ୍ଷକ ମାନଙ୍କୁ ଏ ନେଇ ପପଚାରିଥିଲେ । ପରେ ଯାଞ୍ଚ ବେଳେ ସ୍କୁଲର କାଗଜପତ୍ରରେ ଅନିୟମିତତା ଥିବା ଦେଖିବାକୁ ପାଇଥିଲେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ କରି ଜଣାଇବା ସହ ୮ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କେବଳ ଏତିକି ନୁହଁ ନୋଟିସ ପାଇଥିବା ୮ ଜଣ ଶିକ୍ଷକଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସୂଚନାଯୋଗ୍ୟ ଗତକାଲି ପିଲା ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ତୃତୀୟ ଶ୍ରେଣୀର ପିଲା ତିନି ଖନ୍ଦା ପଣିକିଆ ନକହି ପାରିବା ପରେ ଏପରି ନିଷ୍ପତ୍ତି ନେଇଥିଲେ । ଜଣେ ଅଧେ ନୁହେଁ, ୪-୫ ଜଣଙ୍କୁ ସେହି ତିନି ଖନ୍ଦା ପଣିକିଆ ପଚାରିଲେ ସମୀର ଦାଶ । ହେଲେ କେହି କହିନପାରିବା ପରେ ବାଲେଶ୍ୱର ମଠ ସାହି ମହାବୀର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।