Advertisment

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ରେଜଲ୍ଟ

ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ ।

author-image
Chandan Shishu
ଅଦ୍ୟତନ ହୋଇଛି
plus two exam result

plus two exam result

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଆଜି ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ। www.orissaresults.nic.inରେ ରେଜଲ୍ଟ ପ୍ରକାଶ ପାଇବ। ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ।

Advertisment

ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ ।

ଏହାପରେ ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା। ବିଜ୍ଞାନରେ ୯୫.୧୫ ପ୍ରତିଶତ ପିଲା ପାସ୍ କରିଛନ୍ତି। ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଛନ୍ତି। କିନ୍ତୁ ଅସନ୍ତୁଷ୍ଟ ଥିବା ଛାତ୍ରଛାତୀମାନେ ଚାହିଁଲେ ଅଫ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା।  

Advertisment
Bhubaneswar CHSE Plus Two Result
Advertisment
Advertisment