Scholarship
ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ କମ୍ପାନୀ ରିଲାଏନ୍ସ ଫାଉଣ୍ଡେସନର ବାର୍ଷିକ ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୫୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ। କେବଳ ପ୍ରଥମ ବର୍ଷର ନିୟମିତ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଉଚ୍ଚଶିକ୍ଷା ପାଇଁ ଭାରତର ସର୍ବବୃହତ ଛାତ୍ରବୃତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର, ୨୦୨୫ ରହିଛି।
ସ୍ନାତକ ସ୍ତରରେ ୫,୦୦୦ ଛାତ୍ରଛାତ୍ରୀମାନଙ୍କୁ ଏବଂ ସ୍ନାତକୋତ୍ତର ସ୍ତରରେ ୧୦୦ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶୈକ୍ଷିକ ଯୋଗ୍ୟତା ଏବଂ ଆର୍ଥିକ ସ୍ଥିତି ଆଧାରରେ ଛାତ୍ରବୃତ୍ତି ପାଇଁ ଚୟନ କରାଯିବ। ଅନ୍ୟପକ୍ଷରେ, ଇଞ୍ଜିନିୟରିଂ, ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ଲାଇଫ ସାଇନ୍ସର କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭାରତର ୧୦୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଛାତ୍ରବୃତ୍ତି ପ୍ରଦାନ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)