Advertisment

+3 Cut-Off list out: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ରେଭେନ୍ସାରେ ସର୍ବାଧିକ ମାର୍କ

ଆଜି ଦିନ ୧୧ଟାରେ ଯୁକ୍ତ ୩ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ଲିଷ୍ଟ ପ୍ରକାଶ ପାଇଛି । ସବୁଠୁ ଅଧିକ କଟ ଅଫ ମାର୍କ ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
 +3 Cut-Offs list

+3 Cut-Offs list

ଚଳିତ ବର୍ଷର ଆଜି ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ଲିଷ୍ଟ। ଏହି ତାଲିକାରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ସମସ୍ତ ୩ଟି ବର୍ଗରେ ରେଭେନ୍ସା ବିଶ୍ବବଦ୍ୟାଳୟ ଆଗରେ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧିକ କଟ୍ ଅଫ୍ ମାର୍କ ରହିଛି। କଳା ବିଭାଗରେ ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦ ପ୍ରତିଶତ କଟ ଅଫ ରହିଛି। ବିଜ୍ଞାନ ବିଭାଗର ଜୁଲୋଜି ଅନର୍ସରେ ୯୪ ପ୍ରତିଶତ, ଫିଜିକ୍ସରେ ୯୩.୬୭ ପ୍ରତିଶତ ଏବଂ ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ ଅଫ୍ ରହିଛି।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା.. ଏଥର ଫେଲ୍‌ ହେଲେ ଫେଲ୍‌

ରାଜଗାଙ୍ଗପୁରର ମା ସରସ୍ୱତୀ ସଂସ୍କୃତ କଲେଜର ସଂସ୍କୃତ ବିଷୟରେ ସର୍ବାଧିକ ୬୮.୬୭ ପ୍ରତିଶତ କଟ ଅଫ ଯାଇଛି । ବକ୍ସି ଜଗବନ୍ଧୁ କଲେଜ କମ୍ପ୍ୟୁଟର ସାଇନ୍ସରେ ୮୮.୮୩ ପ୍ରତିଶତ କଟ ଅଫ ମାର୍କ ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭର୍ସିଟି ଅଫ ଲ କଲେଜ ଲ’ରେ ୮୭.୮୦ ପ୍ରତିଶତ କଟ ଅଫ ମାର୍କ ରହିଛି ।

ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୪ ହଜାର ୫୦୯ ସିଟ୍ ଥିବା ବେଳେ ମୋଟ ୨ ଲକ୍ଷ ୬୫ ହଜାର ୫୯୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଥମଧ୍ୟରୁ ୭୦ ହଜାର ୭୪୫ ଜଣ ପୁଅ ଓ ୧ ଲକ୍ଷ ୪ ହଜାର ୯୬୭ ଝିଅ ମନୋନୀତ ହୋଇଛନ୍ତି । ସେହିଭଳି ୧୦ ଜଣ ତୃତୀୟଲିଙ୍ଗୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Advertisment

ବିଜ୍ଞାନରେ ମୋଟ ୪୫ ହଜାର ୮୫୫ ଜଣ, କଳାରେ ୧ ଲକ୍ଷ ୭ ହଜାର ୬୯ ଜଣ ଓ ବାଣିଜ୍ୟରେ ୧୬ ହଜାର ୨୦୫ ଜଣ, ସଂସ୍କୃତରେ ୩ ହଜାର ୩୭୧ ଜଣ, ସେଲ୍ଫ ଫାଇନାନ୍ସିଂରେ ୩ ହଜାର ୫୧ ଜଣ ଏବଂ ଲ’ରେ ୧୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି । ମନୋନୀତ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ ।

ଅଧିକ ପଢ଼ନ୍ତୁ: ଗୋଟିଏ ରାଜ୍ୟରେ ଦୁଇଟି ନିୟମ; କ୍ଲାସ ୱାନ୍ ପଢିବାକୁ ଥିବା ପିଲାଙ୍କ ବାପା-ମାଆଙ୍କୁ ଟେନସନ୍

Plus III Merit List
Advertisment
Advertisment