CHSE
ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ୩୧ ସୁଦ୍ଧା ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବା ନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି।
Advertisment
CBSE ଓ CISCE ରେଜଲ୍ଟ ପ୍ରକାଶନକୁ ୧୫ ଦିନ ବିତିଲାଣି। ହେଲେ ଏଯାଏଁ ରାଜ୍ୟ ବୋର୍ଡର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇନଥିବାରୁ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ। କାହିଁକି ଏତେ ବିଳମ୍ବ ହେଉଛି ସେନେଇ ବି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚୁପ୍ ରହିଛି। ଯୁକ୍ତ ଦୁଇ ରେଜଲ୍ଟ ଉପରେ ନିର୍ଭର କରୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ।
କାରଣ ରେଜଲ୍ଟ ଆଧାରରେ କିଏ ମେଡିକାଲ ଶିକ୍ଷା ରେ ନାମ ଲେଖାଇବ ତ ଆଉ କିଏ ବୈଷୟିକ କି ଉଚ୍ଚଶିକ୍ଷା ପଢ଼ିବ। ତେବେ ରେଜଲ୍ଟ ବିଳମ୍ୱ ହେଉଥିବାରୁ ପିଲାଏ ଦ୍ୱନ୍ଦ୍ୱରେ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)