Advertisment

Pariksha Pe Charcha 2025: ପରୀକ୍ଷା ବେଳେ କେମିତି ଚାପମୁକ୍ତ ହେବେ ଛାତ୍ରଛାତ୍ରୀ; ପିଏମ୍ ମୋଦି ଦେଲେ ଟିପ୍ସ...

ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।

undefined

Pariksha Pe Charcha 2025

Advertisment

ପରୀକ୍ଷା ବେଳେ କେମିତି ଚାପ ମୁକ୍ତ ହେବେ ଛାତ୍ରଛାତ୍ରୀ ? ଶିକ୍ଷକ ଓ ଅଭିଭାବକ ଏଥିପ୍ରତି କିପରି ହେବେ ଯତ୍ନବାନ ? ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସଂଶୟ ଦୂର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ, ଦେଶବ୍ୟାପୀ ୩ କୋଟିରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ମନରେ ଭରିଛି ଉତ୍ସାହ ଓ ଆତ୍ମବିଶ୍ବାସ।

Advertisment

ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି । ଏଥର ପରୀକ୍ଷା ପେ' ଚର୍ଚ୍ଚାରେ ଟିକେ ଭିନ୍ନ ଏବଂ ଆକର୍ଷଣୀୟ ଢଙ୍ଗରେ ପରୀକ୍ଷାର୍ଥୀଙ୍କ ସହ ଯୋଡ଼ି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ପଚାରିଥିଲେ ମନଖୋଲା ପ୍ରଶ୍ନ। ଆଉ ପ୍ରଧାନମନ୍ତ୍ରୀ ମୋଦି ବି ମଜାଦାର ଢଙ୍ଗରେ ସବୁ ପ୍ରଶ୍ନର ଗୋଟି ଗୋଟି କରି ରଖିଥିଲେ ସାରଗର୍ଭକ ଉତ୍ତର। ପିଲାମାନଙ୍କୁ ଚାପ ଓ ଚାଲେଞ୍ଜକୁ ନଡରି ତାର ସାମ୍ନା କରିବାକୁ ପରାମର୍ଶ ଦେଇଛନ୍ତି ମୋଦି। କହିଛନ୍ତି, ପରୀକ୍ଷା ଜୀବନରେ ସବୁ କିଛି, ତାହା ଭାବିବା ଭୁଲ୍। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

ଅଧିକ ପଢନ୍ତୁ : ପିଏମ୍ ମୋଦି ଦେଲେ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ

Advertisment

ଲେଖିବା ଅଭ୍ୟାସ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ଲେଖିବା ଅଭ୍ୟାସ ଥିଲେ ପରୀକ୍ଷାରେ ଲେଖିବାକୁ କଷ୍ଟ ହେବନି। ତେଣୁ ପ୍ରତିଦିନ ଲେଖାଲେଖି କରନ୍ତୁ। ଚାପ ମୁକ୍ତ ହେବା ପାଇଁ କ୍ରିକେଟ୍ ଟିପ୍ସ ଦେଇଛନ୍ତି, ଗଣିତ ପ୍ରଶ୍ନର ସାମ୍ନା କରିବାକୁ ଉପାୟ ବି ବତାଇଛନ୍ତି। କେବଳ ପରୀକ୍ଷାର୍ଥୀ ନୁହନ୍ତି, ଶିକ୍ଷକ ଓ ଅଭିଭାବକଙ୍କୁ ବି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ନିଜ ପିଲାଙ୍କୁ ସବୁ ସ୍ଥାନରେ ମଡେଲ୍ ଭାବେ ଠିଆ ନକରନ୍ତୁ ଅଭିଭାବକ। ଅଧିକ ଚାପ ନଦେଇ ଦକ୍ଷତା ଦେଖି ସେହି ଆଧାରରେ ବଢିବାକୁ ସହଯୋଗ କରନ୍ତୁ। 

ଭରପୁର ନିଦ, ଚାଷୀଙ୍କ ଭଳି ଖାଦ୍ୟ। ପରୀକ୍ଷା ପେ ଚର୍ଚ୍ଚାରେ ପିଏମ୍ ମୋଦି ଦେଇଛନ୍ତି ଟେନସନ୍ ଛୁ ମନ୍ତର୍ କରିବାର ଟିପ୍ସ। ସକରାତ୍ମକ ସନ୍ଧାନ, ପୁଷ୍ଟିକର ପୋଷଣ। ଛାତ୍ରଙ୍କୁ ସ୍ବାସ୍ଥ୍ୟପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଫିଟ୍ ରହିବାକୁ ଭରପୁର ନିଦ ଜରୁରୀ। ସେହିପରି ଚାଷୀଙ୍କ ଭଳି ଖାଦ୍ୟ ଖାଇବା ଉଚିତ। ଅର୍ଥାତ୍ ସକାଳୁ ବେଶୀ ଏବଂ ରାତିରେ କମ୍ ଓ ଠିକ୍ ସମୟରେ ଖାଇବା। ପଢିବା ପାଇଁ ଟାଇମ୍ ଟେବୁଲ ସ୍ଥିର କରିବା, ମନକୁ ଶାନ୍ତ ରଖିବା, ମୁକ୍ତ ଆକାଶରେ କିଛି କ୍ଷଣ ବୁଲିବା ଏବଂ ଗଛ ଲଗାଇବାକୁ ମୋଦି ଦେଇଛନ୍ତି ପରାମର୍ଶ। 

Advertisment

ବିଦ୍ୟାର୍ଥୀଙ୍କ ସହ କଥା ହେବା ବେଳେ ନିଜ ସ୍କୁଲ ସ୍ମୃତିକୁ ତାଜା କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ତାଙ୍କ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ହସ୍ତାକ୍ଷର ସୁଧାରିବାକୁ ବହୁତ ପରିଶ୍ରମ କରିଥିଲେ, କିନ୍ତୁ କିଛି ହେଲାନି। ଏଥର ପିଏମ୍ ମୋଦିଙ୍କ ସହ ବଲିଉଡ୍ ଓ ଖେଳ ଜଗତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ମୋଟିଭେଟ୍ କରିଥିଲେ ପରୀକ୍ଷାର୍ଥୀଙ୍କୁ। 

ଅଧିକ ପଢନ୍ତୁ : ମହାକୁମ୍ଭରେ ସାମିଲ୍ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇଲେ ଆସ୍ଥାର ବୁଡ଼

PM Modi Student PM Narendra Modi Stress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ