Advertisment

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ମେରିଟ୍ ଲିଷ୍ଟ କାଏମ୍‌ ରଖିଲେ ହାଇକୋର୍ଟ

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।

author-image
Sujit kumar Swain
ଅଦ୍ୟତନ ହୋଇଛି
OSEPA list for junior teacher recruitment

OSEPA list for junior teacher recruitment

ହାଇକୋର୍ଟରେ OSEPAର ମେରିଟ୍ ଲିଷ୍ଟ କାଏମ । କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ ସହ ପ୍ରିଫରେନ୍ସକୁ ଗୁରୁତ୍ବ ଦେଇ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ତେବେ ପୂର୍ବରୁ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ ହାଇକୋର୍ଟ। ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କରିଥିଲେ ହାଇକୋର୍ଟ । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ପଢନ୍ତୁ ଏହି ଖବର: ନିଟ୍ ପରିକ୍ଷାର୍ଥୀଙ୍କ ସ୍ୱାର୍ଥରେ ଆଞ୍ଚ ଆସିବାକୁ ଦିଆଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

Advertisment

ଓସେପା ପକ୍ଷରୁ ପ୍ରଥମେ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିଥିଲେ ।

ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଥିବା ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ । କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ଆରମ୍ଭ ସହ ଶେଷ ବି ସେହି ଜିଲ୍ଲାରେ ହେବ । ତେଣୁ ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା। ମାତ୍ର ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ଯାହାକୁ କି ଆବେଦନକାରୀମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Orissa High Court Govt Teacher OSEPA Junior Teachers
Advertisment
Advertisment