/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703236859.jpg)
ASO Merit List
ASO ଚୟନ ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ । ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟକୁ ହାଇକୋର୍ଟ କାଏମ ରଖିଛନ୍ତି । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି ହାଇକୋର୍ଟ ରାୟରେ କହିଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିବା ସହ ୨ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ହୋଇଥିଲା ସେହିଠାରୁ ଚାଲୁ ରଖିବାକୁ OPSCକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Advertisment
ସୂଚନା ଅନୁସାରେ ୨୦୨୨ ମସିହାରେ ୭୯୬ଟି ASO ପଦବୀ ପାଇଁ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆବେଦନ କରିଥିବା ୧ ଲକ୍ଷ ୪୮ ହଜାର ୮୮୮ ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିଲେ । ଏନେଇ OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କ୍ଷମତା ବାହାରକୁ ଯାଇ OPSC ମାର୍କିଂ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିବା ଅଭିଯୋଗ କରି ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)