• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଓଜେଇଇ ବିଟେକ୍ ସ୍ପେସାଲରେ ପୀୟଷ ଚନ୍ଦୁକା ଟପ୍ପର ହୋଇଛନ୍ତି । ସେହିପରି MCA ରେ ଟପ୍ପର ହୋଇଛନ୍ତି ନିଶିକାନ୍ତ ପରିଡ଼ା । MBAରେ ଟପ୍ପର ହୋଇଛନ୍ତି ଆଶୁତୋଷ ରଥ । ବି. ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି ଟପ୍ପର ହୋଇଥିବା ବେଳେ ଏମ୍ ଫାର୍ମାରେ ଟପ୍ପର ହୋଇଛନ୍ତି କେ. ସଂଜନା ସୁବୁଦ୍ଧି ।  ଆଜି OJEE ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ରାଙ୍କ୍ ମିଳିଛି । ପିଲାମାନେ WWW.OJEE.NIC.IN ରୁ ରାଙ୍କ କାର୍ଡ ଡାଉନ୍‌ଲୋଡ୍ କରିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

ପ୍ରକାଶିତ ଓଜେଇଇ ପରୀକ୍ଷା ଫଳାଫଳ ଅନୁସାରେ, ଏଲ ଟେକ୍‌(ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ ଟେକ(ବିଏସସି) ଦୀପକ ସ, ଇଣ୍ଟିଗ୍ରେଟେଡ୍ ଏମବିଏମ- ରୁଦ୍ରପ୍ରତାପ ରଥ, ଏମ-ଆର୍କରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ ପ୍ଲାନରେ ବିଶ୍ୱଜିତ୍ ସ୍ୱାଇଁଙ୍କ ସମେତ ଏମଟେକର ବିଭିନ୍ନ ପାଠ୍ୟକ୍ରମରେ ଯଥା ସିଭିଲ ଇଞ୍ଜିନିୟର-ସୌମ୍ୟା ସାହୁ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ- ସତ୍ୟବ୍ରତ ସାହୁ, ମେକାନିକାଲ ଇଞ୍ଜିନିୟରିଂ-ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସ/ଆଇଟି- ସୌମ୍ୟ ସଙ୍କେତ ପାତ୍ର, ଇଲେକ୍ଟ୍ରେିାନିକ୍ସ ଆଣ୍ଡ କର୍ମସିଆଲ ଇଞ୍ଜିନିୟରିଂରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜନିୟରିଂରେ ସମ୍ବିତ ନାୟକ, ମେଟ୍ରୋଲୋଜିକାଲ ଇଞ୍ଜନିୟରିଂରେ ସମ୍ବିତ କୁମାର ସାହୁ, ପରିବେଶ ଇଞ୍ଜନିୟରିଂରେ ଅମିତ୍ କର, ବାୟୋଟେକ୍ନୋଲୋଜିରେ ସସ୍ମିତା ପତି, ପ୍ଲାଷ୍ଟିକ ଇଞ୍ଜନିୟରିଂରେ ସାଇସ୍ୱପ୍ନା ରାଉତରାୟ ଓ ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଜିତ୍ କୁମାର ସାହୁ ଟପ୍ପର ହୋଇଛନ୍ତି।

ଆଜି ଏହି ଫଳାଫଳ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ବିଭାଗୀୟ ସଚିବ ହେମନ୍ତ ଶର୍ମା, ଓଜେଇଇ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୂଚନା ଦେବା ସହ ଫଳାଫଳ ପୁସ୍ତିକାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ ।

ତଥ୍ୟ ଅନୁସାରେ ମୋଟ ୬୫୭୬୩ଜଣ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିବା ବେଳେ ୪୯୩୬୦ଜଣ ପରୀକ୍ଷା(୭୫%) ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୯,୨୭୯ଜଣ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ର‌୍ୟାଙ୍କ ମିଳିବ । କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସେପ୍ଟେମ୍ବର ୧ରୁ ୧୮ତାରିଖ ମଧ୍ୟରେ ଏହି ଓଜେଇଇ ପ୍ରବେଶିକା ପରୀକ୍ଷା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସମେତ ରାଜ୍ୟ ବାହାରର ୩ଟି ସହରରେ ଅନୁଷ୍ଠିତ ହୋଇଥିଲା।