Advertisment

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା: ଚିନ୍ତା ବଢାଇଛି ଚୀନ୍‌ର କୋଭିଡ୍ ସଂକ୍ରମଣ

ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ।

author-image
Chandan Shishu
Odisha Plus 2 exams

Odisha Plus 2 exams

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ତିନି ବର୍ଷ ପରେ ଶତ ପ୍ରତିଶତ ସିଲାବସ୍‌ରେ ଅଫଲାଇନ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ତେବେ ପରୀକ୍ଷା ପରିଚାଳନା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଗରେ ରହିଛି ଅନେକ ଚାଲେଞ୍ଜ। ଯଦିଓ ଦୁଇ ମାସ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରିବା ସହ ପରିଷଦ ପିଲାଙ୍କ ପ୍ରସ୍ତୁତି ସମ୍ପର୍କିତ ଶଙ୍କାକୁ ଦୂର କରିଛି, ତଥାପି ଦୂର ହୋଇନି ସବୁ ଦ୍ୱନ୍ଦ୍ୱ। ପ୍ରମୁଖ ଚ୍ୟାଲେଞ୍ଜ ହୋଇପାରେ କୋଭିଡ୍‌ର ଚତୁର୍ଥ ଲହର। ଯେହେତୁ ପଡୋଶୀ ଚୀନ୍‌ରେ ମହାମାରୀ କରାଳ ରୂପ ଧାରଣ କରିଛି। ଦେଶରେ କେତେବେଳେ ବି ସ୍ଥିତି ବିଗିଡି ନଯିବ କହିହେବ ନାହିଁ।

Advertisment

ବାରମ୍ବାର ପ୍ରଶ୍ନପତ୍ର ଲିକ୍‌କୁ ନେଇ ପରିଷଦକୁ ବିଷମ ସ୍ଥିତିର ସାମ୍ନା କରିବାକୁ ପଡୁଛି। ତାଛଡ଼ା ଯେଉଁସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ନାହିଁ। ସେଠାରେ ପରୀକ୍ଷାରେ ସ୍ବଚ୍ଛତା ରଖିବା ବି ବଡ଼ ଚ୍ୟାଲେଞ୍ଜ। ଅନ୍ୟପକ୍ଷରେ ମାର୍ଚ୍ଚ ୧୦ରୁ ୧୯ ଯାଏଁ  ୧୦ ଦିନ ପରୀକ୍ଷା ବନ୍ଦ ରହିବ। ଏହି ସମୟରେ ମାଟ୍ରିକ୍ ସମେଟିଭ୍-ଟୁ ପରୀକ୍ଷା ହେବାର ସମ୍ଭାବନା ରହିଛି। ପ୍ରଶାସନିକ ପରିଚାଳନା ଦୃଷ୍ଟିରୁ ଏହି ୧୦ ଦିନ ପରୀକ୍ଷା ବନ୍ଦ ରହିବ। ତେବେ ଏହାଦ୍ୱାରା ପିଲାମାନଙ୍କ ଏକାଗ୍ରତା ଉପରେ ପ୍ରଭାବ ପଡିପାରେ ବୋଲି ଶିକ୍ଷାବିତ ଆଶଙ୍କା ବ୍ୟକ୍ତ କରିଛନ୍ତି। 

କେତୋଟି ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍ ହେବ ଆସନ୍ତା ୧୫ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ। କପି ରୋକିବା ଲାଗି ସବୁ ଥର ଭଳି ଏଥର ବି ଫ୍ଲାଇଂ ସ୍କ୍ବାଡ ବ୍ୟବସ୍ଥା ହେବ। ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଯଦି କୋଭିଡ ଫେରେ ତେବେ ସ୍ବାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ।

Advertisment

ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ। ତେବେ କୋଭିଡ୍ ସଂକ୍ରମଣ ଡର ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।

(ରିପୋର୍ଟ: ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ, ଭୁବନେଶ୍ୱରରୁ ଜଗଦୀଶ ଦାସ) 

Plus Two Exam
Advertisment
Advertisment