• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜିଠୁ ଆରମ୍ଭ ହେଉଛି +୨ ଖାତା ମୂଲ୍ୟାୟନ। ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ। ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ଯାଏଁ ଚାଲିବ। ଖାତା ମୂଲ୍ୟାୟନ ପାଇଁ ୬୯ଟି ଅଫ୍ ଲାଇନ୍ ଓ ୪୧ ଅନଲାଇନ୍ ସେଣ୍ଟର କରାଯାଇଛି।

ମୋଟ ୨୮ ଶହ ଅଧ୍ୟାପକ ଓ ଅଧ୍ୟାପିକା ଏଥିପାଇଁ ନିଯୁକ୍ତ ହୋଇଛନ୍ତି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୪ରୁ ୧୫ ତାରିଖ ଯାଏଁ କରାଯିବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ଅଧିକ ପଢ଼ନ୍ତୁ: ଘୁଞ୍ଚିଲା UPSC ପ୍ରିଲିମନାରୀ ପରୀକ୍ଷା; ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଗଲା ଏଭଳି ନିଷ୍ପତ୍ତି 

ସୂଚନା ଅନୁସାରେ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୬ ହଜାର ୮୮୯ ।

ସେହିଭଳି ଭାବରେ କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟ ବିଭାଗରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କପି କରି ଧରା ପଡିଛନ୍ତି ୬୪୯ ଜଣ ଛାତ୍ରଛାତ୍ରୀ।

OTV is now on Whatsapp

Join and get latest news update delivered to you via whatsapp

Join Now