/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746151659.jpg)
Odisha Matric results
ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଅପରାହ୍ମ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ରୋଲ ନଂ ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଯାଞ୍ଚ କରିପାରିବେ । ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ ।
Advertisment
ଅଧିକ ପଢ଼ନ୍ତୁ:ମେ' ୨ରୁ ଓଜେଇଇ ପରୀକ୍ଷା; ଜାଣନ୍ତୁ ସମୟ ସୂଚୀ...
ଏଥର ରେଜଲ୍ଟ ବାହାରିବା ଦିନ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ମିଳିବ ବୋଲି ପୂର୍ବରୁ ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ରାଜ୍ୟର 3 ହଜାରରୁ ଅଧିକ କେନ୍ଦ୍ରରେ 5 ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ଫେବୃଆରୀ 21 ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଯେଉଁ ପରୀକ୍ଷାର୍ଥୀ ନିଜର ରେଜଲ୍ଟ ନେଇ ଅସନ୍ତୁଷ୍ଟ ହେବେ ସେମାନେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।
- ଆଜି ମାଟ୍ରିକ୍ ରେଜଲ୍ଟ
- ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
- ଅପରାହ୍ମ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ
- ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ
- www.bseodisha.ac.inରେ ଉପଲବ୍ଧ ହେବ ଫଳ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)