Advertisment

ପ୍ରକାଶ ପାଇଲା OJEE ରେଜଲ୍ଟ, ବି-ଫାର୍ମରେ ସୌରଭ ପତି ଟପ୍ପର

ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha OJEE Result 2023 Out

OJEE

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଓଜେଇଇ ୱେବସାଇଟ ଜରିଆରେ ମିଳିବ ପରୀକ୍ଷା ଫଳ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିଥିଲେ। ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୭୮୩ ଜଣ ରାଙ୍କ ପାଇଛନ୍ତି।

Advertisment

ଘୋଷଣା ହୋଇଛି ୨୩ଟି ବିଭାଗର ଟପ୍ପରଙ୍କ ନାଁ। ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ୍‌ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ୍‌ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର ଓ ଏମ୍‌ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି।

ଛାତ୍ରଛାତ୍ରୀମାନେ WWW.OJEE.NIC.INରେ ନିଜର ପରୀକ୍ଷା ଫଳ ପାଇପାରିବେ। ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ।

Advertisment

୨୬ରୁ ସ୍ପେଶାଲ୍‌ OJEE...

  • ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ ସ୍ପେଶାଲ OJEE
  • ଜୁନ୍‌ ୨୬ରୁ ୩୦ ତାରିଖ ଯାଏ ଅନୁଷ୍ଠିତ ହେବ ସ୍ପେଶାଲ OJEE
  • ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ, ୮ ତାରିଖ ଯାଏ ଚାଲିବ

ସୂଚନାଥାଉ କି, ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଭିତରେ ୪୦ଟି ଏବଂ ରାଜ୍ୟ ବାହାରେ ୩ଟି ମୋଟ ୪୩ଟି କେନ୍ଦ୍ରରେ ହୋଇଥିଲା ପରୀକ୍ଷା।

OJEE Ojee Result
Advertisment
Advertisment