• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ମିଳିବାକୁ ଥିବାବେଳେ, ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ମିଳିବ ବୋଲି ସୂଚନା ଦିଆଯାଇଛି । ଯାଜପୁରରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ । ଯାଜପୁରର NC କଲେଜ୍‌ରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ।

ପାଣ୍ଡିଆନ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପିଲାମାନଙ୍କ ଆକାଉଣ୍ଟ ଖୋଲାଯିବା ସହିତ ମାତ୍ର ୧୦ ଦିନ ମଧ୍ୟରେ ସମସ୍ତଙ୍କ ନିକଟରେ ଟଙ୍କା ପହଞ୍ଚିବ ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ଯେଉଁ ପିଲାମାନଙ୍କ ଅଭିଭାବକ ସରକାରୀ ଚାକିରି କରିଛନ୍ତି କିମ୍ବା ସରକାରଙ୍କୁ ଟିକସ ଦେଉଛନ୍ତି,  ସେହି ପାଲାମାନେ ଏହି ସୁବିଧାରୁ ବଞ୍ଚିତ ହେବେ । କେବେଳ ଏହି ସୁବିଧା ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ । ଯୁକ୍ତ ୨ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତିର ସୁବିଧା ନାହିଁ । ବିଶେଷକରି ଯୁକ୍ତ ୩ ଓ ପିଜିର ପ୍ରାୟ ୯୫% ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇପାରିବେ ।

‘ନୂଆ-ଓ’ କାର୍ଯ୍ୟକ୍ରମ ପ୍ରତିଭାଙ୍କୁ ଚିହ୍ନଟ ପାଇଁ କରାଯାଇଛି । ଓଡ଼ିଶାରେ ଯୁକ୍ତ ୩ରେ ପାଠପଢ଼ୁଥିବା ପିଲା ପାଖାପାଖି ସାଢ଼େ ୪ଲକ୍ଷ ଅଛନ୍ତି । ୩୦ରୁ ୩୫ ହଜାର ପିଲା ପିଜି ପଢ଼ୁଛନ୍ତି । ଏହି ଦୁଇ ପିଲାଙ୍କ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ‘ନୂଆ-ଓ’ ଛାତ୍ରବୃତ୍ତି ଘୋଷଣା କରିଥିବା ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ।

ରାଜ୍ୟରେ କଲେଜରେ ପାଠପଢ଼ୁଥିବା ପିଲାଙ୍କ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମ ଆଣିଛନ୍ତି ରାଜ୍ୟ ସରକାର । ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ମନୋରଞ୍ଜନ ପାଇଁ ପ୍ରତ୍ୟେକ କଲେଜକୁ ଟଙ୍କା ଦେଇଛନ୍ତି ସରକାର । ଏପରିକି ବିଭନ୍ନ ସ୍ଥାନର ‘ନୂଆ-ଓ’ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ମଧ୍ୟ ନଜର ଆସୁଛନ୍ତି ।

  • Reported by:
  • Sanjeeb Nayak