Advertisment

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତାରିଖ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା ।

author-image
Minati Mishra
ଅଦ୍ୟତନ ହୋଇଛି
Odisha Civil Services Exam

odisha civil service exam

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ପ୍ରିଲିମନାରୀ ପରୀକ୍ଷା ୨୦୨୨ ଅକ୍ଟୋବର ୧୬ ତାରିଖ ରବିବାର ହେବ ବୋଲି ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି । ରାଜ୍ୟର ୫ଟି ଜୋନ ଅର୍ଥାତ ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ ଏବଂ ସମ୍ବଲପୁରରେ ପରୀକ୍ଷା ହେବ।

Advertisment

ପରୀକ୍ଷା କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ୧୬ ତାରିଖରେ ୨ଟି ସିଟିଂରେ ପରୀକ୍ଷା କରାଯିବ।  ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍ -୧ ରହିଛି।  ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ରହିଛି । ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୪୦ ମିନିଟ ଅତିରିକ୍ତ ସମୟ ମିଳିବ । 

ଏ ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍‌ରେ ଖୁବ ଶୀଘ୍ର ପ୍ରକାଶ ପାଇବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି। ପ୍ରାର୍ଥୀ https://opsc.govt.in କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ। 

Advertisment
OPSC Odisha Public Service Commission OCS OPSC 2021 OPSC Exam OCS Exam
Advertisment
Advertisment