Advertisment

OCS ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ରାଜ୍ୟ କ୍ୟାବିନେଟ

ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ୍ ବିଷୟ ଆଶାୟୀ ବାଛିବେ।

author-image
Chandan Shishu
ଅଦ୍ୟତନ ହୋଇଛି
OCS Exam In Odia

OCS aspirants now can write exam paper in odia

OCS ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି OCSରେ ଗୋଟିଏ ଅପ୍ସନାଲ୍। ଓଡ଼ିଶା ସିଭିଲ ସର୍ଭିସେସ୍ ଏକଜାମ୍ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇଛି। ଏଣିକି ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ। UPSC ଭଳି ଏଣିକି OCSରେ ଗୋଟିଏ ଅପ୍ସନାଲ୍ ବ୍ୟବସ୍ଥା ରହିବ।

Advertisment

ଅର୍ଥାତ୍ ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ୍ ବିଷୟ ଆଶାୟୀ ବାଛିବେ। ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ କରାଯାଇଛି। ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ। ସେହିପରି ସାକ୍ଷାତକାର ମଧ୍ୟ ଓଡ଼ିଆରେ ହେବ, ଯିଏ ଚାହିଁବେ ଇଂରାଜୀରେ ଦେଇପାରିବେ।

କେତେଥର କେଉଁ ବର୍ଗ ପରୀକ୍ଷା ଦେଇପାରିବେ, ତାହା ମଧ୍ୟ ସଂଶୋଧନ କରାଯାଇଛି। ଅଣସଂରକ୍ଷିତ ବର୍ଗ ୪ ଥର ଦେଇପାରୁଥିଲେ, ଏବେ ୬ ଥର ଦେଇପାରିବେ। SC/ST ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ।

Advertisment
Odisha Cabinet OCS Exam
Advertisment
Advertisment