Advertisment

UGC-NET ପରୀକ୍ଷା ରଦ୍ଦ କଲା ଶିକ୍ଷା ମନ୍ତ୍ରାଳୟ

ୟୁଜିସି ନେଟ୍ ପରୀକ୍ଷାରେ ଘୋଟାଲା ହୋଇଥିବା ନେଇ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା।

author-image
Manoranjan Behera
UGC NET Exam

UGC NET Exam

ରଦ୍ଦ ହେଲା UGC-NET ପରୀକ୍ଷା। ଏ ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଦେଶବ୍ୟାପୀ ଅନୁଷ୍ଠିତ ଏ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପରେ ଏଭଳି ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ୟୁଜିସି ନେଟ୍ ପରୀକ୍ଷାରେ ଘୋଟାଲା ହୋଇଥିବା ନେଇ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା। ପରେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ବୁଝମଣା କରାଯାଇଥିବା କଥା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

Advertisment

ଏହାପରେ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀ ତଦନ୍ତକାରୀ ସଂସ୍ଥା ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ଏବେ UGC-NET ପରୀକ୍ଷା ପୁଣି ଥରେ କରାଯିବ ଏବଂ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୂଚନା ଦିଆଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଏକ୍ସରେ ସୂଚନା ଦିଆଯାଇଇଛି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପୁଣି ଉଦବେଗ ପ୍ରକାଶ ପାଇଛି।

UGC NET Exam
Advertisment
Advertisment