/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682959721.jpg)
NAAC Team, Utkal University
ନାକ୍ ଗ୍ରେଡ୍ରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଉତ୍କଳ ବିଶ୍ୱବିଦ୍ୟାଳୟର ଖସିଲା NAAC ମାନ୍ୟତା । NAACର A+ ମାନ୍ୟତାରୁ ଖସି ଏବେ Aରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ‘A’ ଗ୍ରେଡ୍ । ୨୦୧୬ରେ ୩.୫୩ ସ୍କୋର ସହ A+ ମାନ୍ୟତା ପାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତମାସରେ ନାକ୍ ଟିମ୍ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା ।
ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆସିଥିଲେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ (ନାକ୍) ଟିମ୍ । ଦୀର୍ଘ ୫ବର୍ଷ ପରେ ୩ଦିନ ପାଇଁ ଏହି ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ କନ୍ଭୋକେଶନ ହଲ୍ରେ ଆୟୋଜିତ ଆଲୋଚନାରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇ ସେମାନଙ୍କ ଅନୁଭୂତି ଓ ସମସ୍ୟା ସମ୍ପର୍କରେ ମତ ରଖିଥିଲେ।
ସେହିପରି ପୁରାତନ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ସହ ମଧ୍ୟ ଏହି ଟିମ୍ ଆଲୋଚନା କରିଥିଲା । ବିଶ୍ୱବିଦ୍ୟାଳୟକୁ ଗ୍ରେଡ୍ ଦେବାରେ ଏହି ସମସ୍ତ ମତାମତକୁ ଟିମ୍ ବିଚାରକୁ ନେଇଥିଲା । ‘ଏ+’ ମାନ୍ୟତା ପାଇସାରିଥିବା ଏହି ବିଶ୍ୱବିଦ୍ୟାଳୟ ‘ଏ++’ ମାନ୍ୟତା ଦୌଡ଼ରେ ରହିଥିଲା । ଏଥିପାଇଁ ଶ୍ରେଣୀଗୃହଠାରୁ ଆରମ୍ଭ କରି ଉଦ୍ୟାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରି ନାକ୍ ଟିମ୍ ଆଗରେ ଉପସ୍ଥାପନ କରାଯାଇଥିଲା । ବିଶ୍ୱବିଦ୍ୟାଳୟରେ ଡିଜିଟାଲ ପ୍ଲାଟ୍ଫର୍ମ ପ୍ରସ୍ତୁତି, କ୍ୟାମ୍ପସକୁ ସ୍ୱଚ୍ଛ ଓ ସବୁଜ କରିବା ଦିଗରେ ମଧ୍ୟ ଧ୍ୟାନ ଦିଆଯାଇଥିଲା ।
ଅନ୍ୟପଟେ ଶିକ୍ଷା, ଗବେଷଣା, ଭିତ୍ତିଭୂମି ବିକାଶ ଓ କ୍ୟାମ୍ପସ ବାତାବରଣ କିପରି ଶୃଙ୍ଖଳିତ ରହିବ, ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ହେଲେ A++ ଗ୍ରେଡ୍ ପାଇବା ପାଇଁ ସେତିକି ପଦକ୍ଷେପ ଯଥେଷ୍ଟ ନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)