Advertisment

ଆସନ୍ତା ୨୩ ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଆଜିଠୁ ଆଡମିଟ୍ କାର୍ଡ ଡାଉନଲୋଡ ହୋଇପାରିବ।

author-image
Chandan Shishu
ଅଦ୍ୟତନ ହୋଇଛି
Matric Summative Exam

School Exam

ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ମାଟ୍ରିକ ସମେଟିଭ -୧ର HSc, ମଧ୍ୟମା ଓ SOSର ପରୀକ୍ଷା କରାଯିବ। ଚଳିତ ବର୍ଷ ୫୩୨୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲଫ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ପରୀକ୍ଷା କେନ୍ଦ୍ର କରାଯାଇଛି।

Advertisment

କନ୍ଧମାଳରେ ୭ଟି କୋରାପୁଟରେ ୫ ଓ ମାଲକାନଗିରିରେ ୧୦ଟି କେନ୍ଦ୍ର କରାଯାଇଛି। ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି ବୋଲି କୁହାଯାଇଛି। ସେହିଭଳି ମଧମା ୨୯୧୪ଜଣ ପରୀକ୍ଷାର୍ଥୀ ଙ୍କ ପାଇଁ ୧୦୮ଟି କେନ୍ଦ୍ର କରାଯାଇଛି ଏବଂ SOS ରେ 7181 ପରୀକ୍ଷାର୍ଥୀ ପାଇଁ ୧୪୬ଟି ସେଣ୍ଟରରେ ହୋଇଛି। ହାଇସ୍କୁଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନେ ଆଜିଠାରୁ ବୋର୍ଡ଼ websiteରୁ ଆଡମିଟ କାର୍ଡ download କରିପାରିବେ।

ସେହିପରି ମଧ୍ୟମା ଓ ଏସଓଏସ ପାଇଁ 17 ତାରଖରୁ admit card download କରିବେ। ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବାକୁ ଥିବା ବେଳେ ପ୍ରଥମ ଦିନ ୯ଟା ବେଳେ ଏବଂ ଦ୍ଵତୀୟ ଦିନ ଠାରୁ 9. ୨୦ମିନିଟରେ ହଲ ଭିତରକୁ ପ୍ରବେଶ କରିବେ। କେବଳ ଗଣିତ ପରୀକ୍ଷାରେ ଅଧିକ 15 ମିନିଟ ସମୟ ମିଳିବ। କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ସହିତ 74ଟି DEO ସ୍ତରୀୟ ସ୍କ୍ୱାର୍ଡ କମିଟି ଗଠନ ହେବ। ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ ସେଣ୍ଟର ଗୁଡିକରେ ରହିବାକୁ ଥିବା ବେଳେ ପରୀକ୍ଷା ଦିନ ସକାଳୁ ପ୍ରଶ୍ନପତ୍ର ଗୁଡିକ ସେଣ୍ଟରକୁ ଯିବ ବୋଲି କହିଛନ୍ତି ବୋର୍ଡ ସଭାପତି।

Advertisment
Board Of Secondary Education Matric Exam
Advertisment
Advertisment