/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672905869.jpg)
Matric Exam
ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ୨ ପରୀକ୍ଷା ଚାଲିବ । ପରୀକ୍ଷା ନେଇ ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସମ୍ମେଟିଭ୍ ୧ରେ ଯେଉଁଠି କେନ୍ଦ୍ର ଓ ହବ୍ ହୋଇଥିଲା ସେଠାରେ ହିଁ ସମ୍ମେଟିଭ୍ ୨ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ ।
ଏଥର ଶତପ୍ରତିଶତ ସିଲାବସ୍ରେ ପରୀକ୍ଷା ହେବ । ସେହିପରି ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ।ଫେବ୍ରୁଆରୀ ୧୫ରୁ ୨୨ ତାରିଖ ଯାଏଁ ନିଜ ନିଜ ସ୍କୁଲରେ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଏଥିପାଇଁ ବୋର୍ଡ ପକ୍ଷରୁ ଏକ୍ସଟରନାଲ୍ ନିଯୁକ୍ତ କରାଯିବ । ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପ୍ରଶ୍ନ ସମାନ ରହିବ ।
ସେହିଭଳି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ହେବ ନବମ ଶ୍ରେଣୀ ପରୀକ୍ଷା । ଫେବ୍ରୁଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ନବମ ପରୀକ୍ଷା ମୂଲ୍ୟାୟନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)