• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତା ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା ହେବ । ୧୩ ତାରିଖରେ ଇଂରାଜୀ, ୧୪ ତାରିଖରେ ତୃତୀୟ ଭାଷା ଅର୍ଥାତ୍ ସଂସ୍କୃତ କିମ୍ବା ହିନ୍ଦୀ ପରୀକ୍ଷା ହେବ । ମାର୍ଚ୍ଚ ୧୬ ତାରିଖରେ ସାଧାରଣ ବିଜ୍ଞାନ, ୧୮ ତାରିଖରେ ସୋସିଆଲ ସାଇନ୍ସ ବା ସାମାଜିକ ବିଜ୍ଞାନ ଏବଂ ୨୦ ତାରିଖରେ ଗଣିତ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।  ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।