Advertisment

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ, ଅଭିଭାବକ କହିଲେ- ଅଯଥା ବୋଝ

ରାଜ୍ୟର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ହେବ।

author-image
Chandan Shishu
ଅଦ୍ୟତନ ହୋଇଛି
Class After Durga Puja

Student Class Revision

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ। ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। କୋଭିଡ ପାଇଁ ଦୁଇ ବର୍ଷର  ଶିକ୍ଷାରେ ହୋଇଥିବା କ୍ଷତି ଭରଣା ପାଇଁ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ଜରିଆରେ ଏକ୍ସଟ୍ରା କ୍ଲାସରେ ପାଠ ପଢିବେ ଛାତ୍ରଛାତ୍ରୀ। ତେବେ ଷାଣ୍ମାସିକ ପରୀକ୍ଷା ଥିବାରୁ ଏ ସମୟରେ ପୁରୁଣା ପାଠ ପଢ଼ାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ।

Advertisment

ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ। ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ପୁସ୍ତିକା। ଦୁଇଟି ଘରୋଇ ସଂସ୍ଥା ଦ୍ୱାରା ପିଲାଏ ପଢ଼ିବେ ପାଠ। ଏଥିଲାଗି ପ୍ରତିଦିନ ଦୁଇଟି ଏକଷ୍ଟ୍ରା କ୍ଲାସ ଜରିଆରେ ପିଲାଏ ପଢ଼ିବେ ପୁରୁଣା ପାଠ। କୋଭିଡ ସମୟରେ ପିଲାଏ କେତେ ପାଠ ପଢ଼ିଛନ୍ତି ତାହା ଜାଣିବା ଲାଗି ପ୍ରଥମେ ବେସ୍ ଲାଇନ୍ ଟେଷ୍ଟ ହେବ। ଯେଉଁମାନେ ଏଥିରେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ଘରୋଇ ସଂସ୍ଥା ପାଠ ପଢ଼ାଇବେ।

ରାଜ୍ୟ ର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ହେବ। ଶିକ୍ଷାଦାନ ପାଇଁ ଦୁଇଟି ଘରୋଇ ସଂସ୍ଥା ମଧ୍ୟରେ ସମାନ ଭାବେ ଜିଲ୍ଲା ବଣ୍ଟାଯାଇଛି। ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଗଣିତ କ୍ଲାସ ଦିଆଯିବ। ଚତୁର୍ଥରୁ ନବମ ଶ୍ରେଣୀ ପିଲା ଗଣିତ, ଇଂରାଜୀ, ବିଜ୍ଞାନ ଓ ପରିବେଶ ବିଜ୍ଞାନ ପଢିବେ। ଆସନ୍ତା ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ। ତିନି ମାସ ଭିତରେ ସରିବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ।  

Advertisment

ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଜରିଆରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ନେଇ ସଚେତନ କରାଯିବ। ଏଥିରେ ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ବାରା ଦୁଇଟି ମନିଟରିଂ ଟିମ୍ ଗଠନ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟାନ ଦିଗରେ ତଦାରଖ କରାଯିବ। ତେବେ କ୍ଲାସ ପରୀକ୍ଷା ସମୟ ପାଖେଇଲାଣି। ଏହି ସମୟରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ଲାଗୁ କରିବା ପିଲାଙ୍କ ଉପରେ ଅଧିକ ଚାପ ପକାଇବ ବୋଲି ଅଭିଭାବକ ମତ ଦେଇଛନ୍ତି। ପ୍ରଥମେ ଲର୍ଣ୍ଣିଂ ଏନହାନ୍ସ ମେଣ୍ଟ ପ୍ରୋଗ୍ରାମ ଆଉ ଏବେ ଏଲଆରପି। ଏହାଦ୍ୱାରା ପିଲାଙ୍କ ଦକ୍ଷତା ବଢ଼ାଇବାକୁ ଏ ପ୍ରୟାସ କେତେ ସଫଳ ହେଉଛି ତା ଉପରେ ନଜର।

(ରିପୋର୍ଟ: ଜଗଦୀଶ ଦାସ, ଭୁବନେଶ୍ୱର)

Learning Recovery Programme Extrra Classes
Advertisment
Advertisment