Advertisment

Last date for UG admission: ବୃଦ୍ଧି ହେଲା ଯୁକ୍ତ ତିନି ନାମଲେଖା ଅବଧି; ଏହି ସମୟ ମଧ୍ୟରେ କରନ୍ତୁ ଆଡମିଶନ

୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଯୁକ୍ତ ତିନିରେ ନାମ ଲେଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ଫ୍ରିଜ, ଫ୍ଲୋଟ ଏବଂ ସ୍ଲାଇଡ ବିକଳ୍ପ ବାଛିବା ପାଇଁ ସମୟ ସୀମା ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
plus three

plus three

ବୃଦ୍ଧି ହେଲା ଯୁକ୍ତ ତିନି ନାମଲେଖା ଅବଧି । ଯୁକ୍ତ ତିନିରେ ନାମଲେଖିବା ପାଇଁ ଜୁନ ୨୧ ଯାଏଁ ଅବଧି ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ । ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁମାନେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଯୁକ୍ତ ତିନିରେ ନାମ ଲେଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି, କିନ୍ତୁ କୌଣସି କାରଣ ପାଇଁ ନାମ ଲେଖାଇ ପାରି ନାହାନ୍ତି ଯେପରିକି ଆବଶ୍ୟକୀୟ ଫି ଦେଇ ପାରି ନାହାନ୍ତି ଏବଂ ମନୋନୀତ ହୋଇଥିବା ଶିକ୍ଷାନୁଷ୍ଟାନରେ ପହଞ୍ଚି ପାରି ନାହାନ୍ତି, ସେମାନଙ୍କ ପାଇଁ ସମୟକୁ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଫ୍ରିଜ, ଫ୍ଲୋଟ ଏବଂ ସ୍ଲାଇଡ ବିକଳ୍ପ ବାଛିବା ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି । 

Advertisment

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ରେଭେନ୍ସାରେ ସର୍ବାଧିକ ମାର୍କ

ନୋଟିସରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ୨୧ ଜୁନ ୨୦୨୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଡମିଶନ ଫି ଦାଖଲ, ଏବଂ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରି ପାରିବେ ଛାତ୍ରଛାତ୍ରୀ । ତେଣୁ ଛାତ୍ରଛାତ୍ରୀମାନେ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି । 

Advertisment

ସୂଚନାଯୋଗ୍ୟ, ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୪ ହଜାର ୫୦୯ ସିଟ୍ ଥିବା ବେଳେ ମୋଟ ୨ ଲକ୍ଷ ୬୫ ହଜାର ୫୯୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଥମଧ୍ୟରୁ ୭୦ ହଜାର ୭୪୫ ଜଣ ପୁଅ ଓ ୧ ଲକ୍ଷ ୪ ହଜାର ୯୬୭ ଝିଅ ମନୋନୀତ ହୋଇଛନ୍ତି । ସେହିଭଳି ୧୦ ଜଣ ତୃତୀୟଲିଙ୍ଗୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବିଜ୍ଞାନରେ ମୋଟ ୪୫ ହଜାର ୮୫୫ ଜଣ, କଳାରେ ୧ ଲକ୍ଷ ୭ ହଜାର ୬୯ ଜଣ ଓ ବାଣିଜ୍ୟରେ ୧୬ ହଜାର ୨୦୫ ଜଣ, ସଂସ୍କୃତରେ ୩ ହଜାର ୩୭୧ ଜଣ, ସେଲ୍ଫ ଫାଇନାନ୍ସିଂରେ ୩ ହଜାର ୫୧ ଜଣ ଏବଂ ଲ’ରେ ୧୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି । ମନୋନୀତ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର କଲେଜରେ ନାମ ଲେଖାଇ ପାରିବେ ।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ, ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା

Undergraduate
Advertisment
Advertisment