Advertisment

JEE ଆଡଭାନ୍ସଡ୍‌ ଲାଗି ତାରିଖ ଘୋଷଣା

କରୋନା ପାଇଁ ଗତବର୍ଷ ଜେଇଇ ଆଡଭାନ୍ସରୁ ବଂଚିତ ପରୀକ୍ଷାର୍ଥୀମାନେ ମଧ୍ୟ ଏଥର ଏହି ପରୀକ୍ଷା ଦେଇପାରିବେ। ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଆଇଆଇଟି ବାଦ୍ ଆଇଜର, ଆଆଇଏସଟି ସମେତ ଅନ୍ୟ ପ୍ରତିଷ୍ଠିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ପାଇପାରିବେ।

author-image
Chandan Shishu
JEE ଆଡଭାନ୍ସଡ୍‌ ଲାଗି ତାରିଖ ଘୋଷଣା

Entrance Exam

ନୂଆଦିଲ୍ଲୀ: JEE ଆଡଭାନ୍ସଡ୍‌ ଲାଗି ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ JEE ଆଡଭାନ୍ସଡ୍- ୨୦୨୧।  ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ସମସ୍ତ IITରେ ନାମଲେଖା ପାଇଁ ହେବାକୁ ଥିବା ଜେଇଇ ଆଡଭାନ୍ସଡ୍ ପରୀକ୍ଷା କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଅନୁଷ୍ଠିତ ହେବ। ଜେଇଇ ମେନ ଦେଇଥିବା ପିଲାଙ୍କ ମଧ୍ୟରେ ଯେଉଁମାନେ ଶୀର୍ଷ ରାଙ୍କରେ ରହିଥିବେ, ସେମାନେ ଜେଇଇ ଆଡଭାନ୍ସ ପରୀକ୍ଷା ଦେବେ।

Advertisment

କରୋନା ପାଇଁ ଗତବର୍ଷ ଜେଇଇ ଆଡଭାନ୍ସରୁ ବଂଚିତ ପରୀକ୍ଷାର୍ଥୀମାନେ ମଧ୍ୟ ଏଥର ଏହି ପରୀକ୍ଷା ଦେଇପାରିବେ। ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଆଇଆଇଟି ବାଦ୍ ଆଇଜର, ଆଆଇଏସଟି ସମେତ ଅନ୍ୟ ପ୍ରତିଷ୍ଠିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ପାଇପାରିବେ।

Advertisment

ସେପଟେ ବର୍ଷା ଓ ବନ୍ୟା ପ୍ରଭାବିତ ମହାରାଷ୍ଟ୍ରରେ ଗତ ୨୫ ଓ ୨୭ ତାରିଖରେ ତୃତୀୟ ପର୍ଯ୍ୟାୟ ଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିବାରୁ ଏ ରାଜ୍ୟର ପିଲାଙ୍କ ଲାଗି ଆଉ ଏକ ସ୍ୱତନ୍ତ୍ର ପରୀକ୍ଷା କରାଇବାକୁ ଏନଟିଏକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ସେହିପରି OJEE ପାଇଁ ରାଜ୍ୟରେ ୭ ଓ ରାଜ୍ୟ ବାହାରେ ୩ଟି ନୂଆ କେନ୍ଦ୍ର ହୋଇଛି। ଭବାନୀପାଟଣା, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁରରେ ପରୀକ୍ଷା କେନ୍ଦ୍ର ହୋଇଛି। ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ହେବ ପରୀକ୍ଷା କେନ୍ଦ୍ର କରାଯିବ।
କରୋନା କାଳରେ ପିଲାଙ୍କ ସୁବିଧା ପାଇଁ ନୂଆ ଅନଲାଇନ ପରୀକ୍ଷା କେନ୍ଦ୍ର କରାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଓଜେଇଇ ଆବେଦନ ଅବଧି ମଧ୍ୟ ବୃଦ୍ଧି ଘୋଷଣା କରାଯାଇଛି। 

Odisha News Dharmendra Pradhan Ministry Of Education JEE Advanced 2021
Advertisment
Advertisment