Advertisment

IGNOUରେ ବଢିଲା ଆଡ୍‌ମିଶନ୍‌ ତାରିଖ

IGNOU ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଡ୍‌ମିଶନ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ଜାଣନ୍ତୁ କିପରି କରିବେ ଆବେଦନ…

author-image
Pramod Behera
ଅଦ୍ୟତନ ହୋଇଛି
IGNOU Extend the last date for new admission

IGNOU extend the last date for new admission

ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ନୂଆ ପଞ୍ଜୀକରଣ, ଅନ୍‌ଲାଇନ୍ ଏବଂ ODL ପ୍ରୋଗ୍ରାମ ଏବଂ ମେରିଟ୍-ଆଧାରିତ ODL ପ୍ରୋଗ୍ରାମ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ପ୍ରାର୍ଥୀମାନେ ବର୍ତ୍ତମାନ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ IGNOU ର ଅଫିସିଆଲ୍ ୱେବସାଇଟ୍ www.ignou.ac.in କୁ ଯିବାକୁ ପଡିବ।

Advertisment

ଏହି ସେସନ୍‌ରେ ଯେକୌଣସି ପାଠ୍ୟକ୍ରମରେ ଆଡ୍‌ମିଶନ ନେବାକୁ ଚାହୁଁଥିବା ଛାତ୍ର IGNOU ର ଏହି ଅଫିସିଆଲ୍ ୱେବସାଇଟ ignouadmission.samarth.edu.in କିମ୍ବା ignouiop.samarth.edu.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ।

ଅଧିକ ପଢ଼ନ୍ତୁ: B.A ପରେ କ୍ୟାରିୟର୍‌କୁ ନେଇ ଚିନ୍ତାରେ ଅଛନ୍ତି କି; ଜାଣନ୍ତୁ କ’ଣ କରିବେ

Advertisment

କିପରି କରିବେ ଆବେଦନ:

  • IGNOUର ଅଫିସିଆଲ୍ ୱେବସାଇଟ୍ ignou.ac.in କୁ ଯାଆନ୍ତୁ
  • ଏଠାରେ ମୂଳପୃଷ୍ଠାରେ, “ପୁନଃ ପଞ୍ଜୀକରଣ ପାଇଁ ଶେଷ ତାରିଖ, ODL ପ୍ରୋଗ୍ରାମ ପାଇଁ ଅନଲାଇନ୍ ଏବଂ ନୂଆ ଆଡମିଶନ, ଜାନୁଆରୀ ୨୦୨୩ ସେସନ୍‌ ପାଇଁ ମେରିଟ୍ ଆଧାରିତ ODL ପ୍ରୋଗ୍ରାମଗୁଡିକ ବିନା ବିଳମ୍ବ ଫି ରେ ୨୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି” ଉପରେ କ୍ଲିକ୍ କରନ୍ତୁ।
  • ପରଦାରେ ଏକ ନୂଆ ପୃଷ୍ଠା ଦେଖାଯିବ
  • ପ୍ରାର୍ଥୀଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ
  • ତା’ପରେ ଆବେଦନ ଫର୍ମ ପୂରଣ କରିବାକୁ ପଡିବ
  • ଡକ୍ୟୁମେଣ୍ଟଗୁଡିକ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମ ଡାଉନ୍‌ଲୋଡ୍ କରି ଏକ ପ୍ରିଣ୍ଟ୍ ଆଉଟ୍ କାଢନ୍ତୁ

ଆଡମିଶନ ପାଇଁ ଜରୁରୀ ଡକ୍ୟୁମେଣ୍ଟ୍:

  • ସ୍କାନ୍ ଫଟୋଗ୍ରାଫ୍ (୧୦୦ kb ରୁ କମ୍)
  • ସ୍କାନ୍ ସ୍ୱାକ୍ଷର (୧୦୦ kb ରୁ କମ୍)
  • ସ୍କାନ୍ ବୟସ ପ୍ରମାଣର କପି (୨୦୦ kb ରୁ କମ୍)
  • ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ପ୍ରମାଣପତ୍ର (୨୦୦ kb ରୁ କମ୍)
  • ଅଭିଜ୍ଞତା ପ୍ରମାଣପତ୍ର (୨୦୦ kb ରୁ କମ୍) 
  • ଜାତିଗତ ସାର୍ଟିଫିକେଟ୍
Educational Institute IGNOU Career Path
Advertisment
Advertisment