Advertisment

CSIR ୟୁଜିସି ନେଟ୍ ସ୍ଥଗିତ, ୨୫ରୁ ୨୭ ମଧ୍ୟରେ ହେବାର ଥିଲା ପରୀକ୍ଷା

ଅନିବାର୍ଯ୍ୟ କାରଣ ବଶତଃ ଏବଂ ଲଜିଷ୍ଟିକ୍ କାରଣରୁ ପରୀକ୍ଷା ସ୍ଥଗିତ ସୂଚନା । ପରୀକ୍ଷା ସ୍ଥଗିତ ନେଇ ଏନଟିଏର ବିଜ୍ଞପ୍ତି ପରେ ଚିନ୍ତାରେ ଛାତ୍ରଛାତ୍ରୀ ।

author-image
Satyendu Shekher Mishra
CSIR UGC NET

CSIR UGC NET

କାଉନସିଲ୍ ଅଫ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା CSIR ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ନେଇ ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା।

Advertisment

ତେବେ କିଛି ଅନିବାର୍ଯ୍ୟ କାରଣ ବଶତଃ ଏବଂ ଲଜିଷ୍ଟିକ୍ କାରଣ ଦୃଷ୍ଟିରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ଏନଟିଏର ଅଫିସିଆଲ ୱେବସାଇଟ୍ ଜରିଆରେ ପରୀକ୍ଷା ସମ୍ପର୍କିତ ପରବର୍ତ୍ତୀ ସୂଚନା ଜଣାଇ ଦିଆଯିବ ବୋଲି ଆଜି ଏନଟିଏ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ପୂର୍ବରୁ ନିଟ୍ ଓ ୟୁଜିସି ନେଟ୍ ପରୀକ୍ଷାକୁ ନେଇ ଏନଟିଏ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ଏବେ ପୁଣି ଏକ ଜାତୀୟ ସ୍ତରୀୟ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଏନଟିଏର ଏହି ନିଷ୍ପତ୍ତି ଚିନ୍ତାରେ ପକାଇଛି।

CSIR Exam
Advertisment
Advertisment