Advertisment

ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା କ୍ଷଣି ବେହୋସ ହୋଇପଡ଼ିଲେ ମାଟ୍ରିକ ଛାତ୍ର, ଚାଲିଗଲା ଜୀବନ...

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ।

ଅଦ୍ୟତନ ହୋଇଛି
Student Dies at Matric Exam Hall

Class 10 boy student dies shortly after falling unconscious at exam centre

Advertisment

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। କୋରାପୁଟ ଜିଲ୍ଲା ରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ଦାମନଯୋଡ଼ି ପରୀକ୍ଷା କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ କୁନା ପୂଜାରୀ। ମାଲୁ ସାଆନ୍ତା ସ୍କୁଲ୍‌ରେ ସେ ପଢ଼ୁଥିଲେ।

Advertisment

ସୂଚନା ଅନୁସାରେ, ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା କ୍ଷଣି କୁନା ହଠାତ୍‌ ଅଚେତ ହୋଇପଡ଼ିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ କୁନା କିଛି ରୋଗରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି।

ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ପଥ ! ସ୍କୁଲ ଯିବା ଲାଗି ଲୁହା ପ୍ଲେଟ୍ ହିଁ ଭରସା

Advertisment

ସୂଚନାଥାଉ କି, ମାଟ୍ରିକ ପରୀକ୍ଷାର ଆଜି ବିଜ୍ଞାନ ପରୀକ୍ଷା ଥିଲା। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଛନ୍ତି। ମୋଟ୍‌ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଛି। ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି।

ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତ ୧୦ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ମାଟ୍ରିକର ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟ ବଦଳିଛି । ନୋଡାଲ ସେଣ୍ଟରରୁ ସାଢ଼େ ୬ଟା ପୂର୍ବରୁ ନିଆଯାଇ ପାରିବନି ପ୍ୟାକେଟ। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ୬ଟା ୪୫ରୁ ସାଢ଼େ ୭ରେ ପହଞ୍ଚିବ। ସକାଳ ୬ଟା ୪୫ ପୂର୍ବରୁ ପ୍ୟାକେଟ ନପହଞ୍ଚିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। 

Advertisment
BSE Odisha Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ