• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ ବ୍ୟବସ୍ଥା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା ସେଣ୍ଟରଗୁଡ଼ିକୁ ସ୍କ୍ୱାର୍ଡ ସରପ୍ରାଇଜ୍ ପରିଦର୍ଶନରେ ଯିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଆସନ୍ତା ମାର୍ଚ୍ଚ ୧୦ ରୁ ୧୭ ତାରିଖରେ ହେବ ମାଟ୍ରିକ ପରୀକ୍ଷା। ପ୍ରଶ୍ନପତ୍ର ହବକୁ ପଳେଇଛି । ଯେତେ ସମ୍ଭବ CCTV ଲଗାଇବାକୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଜିଲ୍ଲା ପ୍ରଶାସନ ସହ ବି ସହଯୋଗ ପାଇଁ ଆଲୋଚନା ହୋଇଛି । ପରୀକ୍ଷା ସେଣ୍ଟର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ଶେଷ ପରୀକ୍ଷା ନୁହେଁ । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ...

ସେପଟେ ପରୀକ୍ଷା ସମୟରେ ଖରା ଦୃଷ୍ଟିରୁ ବିଦ୍ୟୁତ କାଟ୍ ହେବ ନାହିଁ। ପରୀକ୍ଷା ହଲକୁ ମୋବାଇଲ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ସେଣ୍ଟର ସୁପରିଟେଣ୍ଡେଣ୍ଟ ମାନଙ୍କ ପାଖରେ ମୋବାଇଲ ଡିପୋଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବୋର୍ଡ ଉପସଭାପତି କହିଛନ୍ତି। ପ୍ରଶ୍ନ ପତ୍ର ରଖିବାକୁ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି । ଏହି ନୋଡାଲ ସେଣ୍ଟର ମଧ୍ୟରେ ୨୨ଟି ଥାନା ରହିଛି ।

ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ । ନୂଆ ଢାଞ୍ଚାରେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ଉପସଭାପତି କହିଛନ୍ତି । ଏସଏ -ୱାନ୍ ୪୦ ପ୍ରତିଶତ, ଏସ ଏ- ଟୁ ୪୦ ପ୍ରତିଶତ, ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ମାର୍କ ମିଶି ଫଳ ପ୍ରକାଶ କରାଯିବ ।