Advertisment

CBSE To Hold 2 Board Exams a Year: ବର୍ଷକୁ ୨ଥର ହେବ CBSE ଦଶମ ବୋର୍ଡ ପରୀକ୍ଷା; ପ୍ରଥମଟି ଭଲ ନହେଲେ, ଟେନସନ୍ ନାହିଁ...

ଇମ୍ପ୍ରୁଭମେଣ୍ଟ ପାଇଁ ଦେଇ ହେବ ଦ୍ବିତୀୟ ବୋର୍ଡ ପରୀକ୍ଷା । ପ୍ରଥମଟି ବାଧ୍ୟତାମୂଳକ, ଦ୍ବିତୀୟଟି ଇଚ୍ଛାଧୀନ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଦଶମ ପରୀକ୍ଷାରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏମିତି ସଂସ୍କାର ଆଣିବାକୁ ଯାଉଛି ସିବିଏସ୍ଇ।

ଅଦ୍ୟତନ ହୋଇଛି
undefined

CBSE To Hold 2 Board Exams a Year

Advertisment

ଆସନ୍ତାବର୍ଷଠୁ ଗୋଟିଏ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ଦେଇ ପାରିବେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ବୋର୍ଡ ଏହି ନିଷ୍ପତ୍ତି ନେଇଥିବାବେଳେ ସବୁ ମହଲରୁ ଏହାକୁ ସ୍ବାଗତ କରାଯାଇଛି। ତେବେ ଏଭଳି ଦୁଇଟି ବୋର୍ଡ ପରୀକ୍ଷା ବ୍ୟବସ୍ଥା ଆମ ମାଟ୍ରିକ୍ ପରୀକ୍ଷାରେ ଲାଗୁ ହେବ କି, ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ, ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ବ୍ୟବସ୍ଥାରୁ ସୁଫଳ ମିଳିଲେ, ଏ ବାବଦରେ ନିଆଯାଇପାରେ ନିଷ୍ପତ୍ତି।

Advertisment

ବର୍ଷକୁ ଦୁଇଥର ହେବ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା । ପ୍ରଥମଟି ଭଲ ନହେଲେ, ଟେନସନ୍ ନାହିଁ । ଇମ୍ପ୍ରୁଭମେଣ୍ଟ ପାଇଁ ଦେଇ ହେବ ଦ୍ବିତୀୟ ବୋର୍ଡ ପରୀକ୍ଷା । ପ୍ରଥମଟି ବାଧ୍ୟତାମୂଳକ, ଦ୍ବିତୀୟଟି ଇଚ୍ଛାଧୀନ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ ଦଶମ ପରୀକ୍ଷାରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଏମିତି ସଂସ୍କାର ଆଣିବାକୁ ଯାଉଛି ସିବିଏସ୍ଇ। ଗୋଟିଏ ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ବ୍ୟବସ୍ଥାକୁ ଆସନ୍ତାବର୍ଷରୁ ଲାଗୁ କରିବା ପୂର୍ବରୁ ଏନେଇ ମାର୍ଚ୍ଚ 9 ତାରିଖ ସୁଦ୍ଧା ସବୁ ଅଂଶୀଦାର ମାନଙ୍କ ମତାମତ ଆହ୍ବାନ କରାଯାଇଛି।

ଅଧିକ ପଢ଼ନ୍ତୁ: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

ଚିଠା ପ୍ରସ୍ତାବ ଅନୁଯାୟୀ, 2026ରେ ଫେବ୍ରୁୟାରୀ 17ରୁ ମାର୍ଚ୍ଚ 6 ଯାଏଁ ପ୍ରଥମ ବୋର୍ଡ ପରୀକ୍ଷା ହେବ। ଏପ୍ରିଲ 20 ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ତେବେ ରେଜଲ୍ଟରେ ସନ୍ତୁଷ୍ଟ ନଥାଇ କେବଳ ଇମ୍ପ୍ରୁଭମେଣ୍ଟ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଜଲ୍ଟ ପ୍ରକାଶନର 5 ଦିନ ମଧ୍ୟରେ ରହିବ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଆବେଦନର ସୁଯୋଗ। ଦ୍ବିତୀୟ ବୋର୍ଡ ପରୀକ୍ଷା ମେ 5ରୁ 20 ଯାଏଁ ହେବ। ତେବେ ଦୁଇଟି ବୋର୍ଡ ପରୀକ୍ଷାରୁ ଯେଉଁ ପରୀକ୍ଷାରେ  ଅଧିକ ନମ୍ବର ଥିବ, ସେଇ ନମ୍ବରକୁ ଆଧାର କରି ହିଁ ପ୍ରମାଣପତ୍ର ଦିଆଯିବ। ପ୍ରଥମ ବୋର୍ଡ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଥିବାବେଳେ କେବଳ କ୍ରୀଡାବିତ୍ ପରୀକ୍ଷାର୍ଥୀ ଦୁଇଟି ପରୀକ୍ଷାରୁ ଯେ କୌଣସି ଗୋଟିଏ ପରୀକ୍ଷା ଦେଇପାରିବେ। ସେହିପରି ଓଡ଼ିଆ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ବି ପରୀକ୍ଷାରେ ସ୍ଥାନ ପାଇବ ବୋଲି ସ୍ପଷ୍ଟ କରିଛି ସିବିଏସଇ। ଯାହାକୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତ୍‌ଙ୍କ ଯାଏଁ ସମସ୍ତେ ସ୍ବାଗତ କରିଛନ୍ତି।

Advertisment

ସେପଟେ ସିବିଏସଇର ନିଷ୍ପତ୍ତି ପରେ ଆଇସିଏସଇ ଓ ରାଜ୍ୟ ବୋର୍ଡ଼ ଗୁଡିକ କି ନିଷ୍ପତ୍ତି ନେବେ ତାକୁ ନେଇ ଉଠିଛି ପ୍ରଶ୍ନ। ଓଡିଶା ସରକାର ସିବିଏସଇ ନିଷ୍ପତ୍ତିକୁ ସ୍ବାଗତ କରିଥିବାବେଳେ ରାଜ୍ୟରେ ବି ଅନୁରୂପ ବ୍ୟବସ୍ଥା ଲାଗୁ ପାଇଁ ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇର ଏହି ବ୍ୟବସ୍ଥାରେ ସଫଳତା ମିଳିଲେ ରାଜ୍ୟ ସରକାର ବି ଦୁଇଟି ବୋର୍ଡ ପରୀକ୍ଷା ବ୍ୟବସ୍ଥାକୁ ଲାଗୁ କରିବେ। ଅପରପକ୍ଷେ ଦୁଇଟି ବୋର୍ଡ ପରୀକ୍ଷା ପାଖାପାଖି ହେଲେ ଛାତ୍ରଛାତ୍ରୀ ମେଡିକାଲ ଓ ଜେଇଇ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ପାଇବେନି ବୋଲି ଶିକ୍ଷକ ଆଶଙ୍କା କରିଛନ୍ତି।

ଏବେ ଦେଖିବାର କଥା ସିବିଏସଇ ଧାରାରେ ଚାଲୁଥିବା ରାଜ୍ୟ ବୋର୍ଡ ଦୁଇଟି ପରୀକ୍ଷାକୁ ନେଇ କି ନିଷ୍ପତ୍ତି ନେଉଛନ୍ତି। ଆଉ ଚିଠା ପ୍ରସ୍ତାବକୁ ନେଇ ମତାମତ ଆସିବା ପରେ ଚୁଡାନ୍ତ ନୀତି କେବେ ଆସୁଛି। 

Advertisment

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

Parents Exams Board Exams CBSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: