Advertisment

ଆଜି ପ୍ରକାଶ ପାଇପାରେ CBSE ରେଜଲ୍ଟ: ଜାଣନ୍ତୁ, ଡିଜିଲକର୍‌ରେ କେମିତି ଚେକ୍‌ କରିବେ ?

ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CBSE Class 10 12 Result Likely To Announce Today

CBSE Class 10 12 Result Likely To Announce Today

ଆଜି ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ(CBSE Results)। ସକାଳ ୧୦ଟାରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ। 

Advertisment

ଏଥିସହ digilocker.gov.in ରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ ହେବ। ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର  ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।

ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ଚଳିତବର୍ଷ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି।

Advertisment

ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ରେଜଲ୍ଟ ଡିଜିଲକର୍‌ ଆକାଉଣ୍ଟକୁ ଆକ୍ଟିଭେଟ୍‌ କରି ମାର୍କସିଟ୍‌ ଡାଉନଲୋଡ୍‌ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍‌ ସିକ୍ୟୁରିଟି ପିନ୍‌ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ‌ଅନୁବନ୍ଧିତ ସ୍କୁଲ୍‌ ଗୁଡ଼ିକୁ ଡିଜିଲକର୍‌ ସିକ୍ୟୁରିଟି ପିନ୍‌ ଶେୟାର କରାଯାଇଛି।

ଜାଣନ୍ତୁ, କେମିତି ଡିଜିଲକର୍‌ରେ ଚେକ୍‌ କରିବେ ରେଜଲ୍ଟ ? 

CBSE Results
Advertisment
Advertisment