ଖୁବ୍ଶୀଘ୍ର ସିବିଏସ୍ଇ(Central Board of Secondary Education-CBSE) ଏହାର ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି। ହେଲେ ଏନେଇ ବିଧିବଦ୍ଧ ଭାବେ CBSE ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ତେବେ ଛାତ୍ରଛାତ୍ରୀଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ମାର୍କସିଟ୍ ଓ ପାସିଂ ସାର୍ଟିଫିକେଟ୍ ଡିଜିଲକର୍ ଆପ୍(DigiLocker App)ରେ ଅପ୍ଲୋଡ୍ ହେବ।
ଛାତ୍ରଛାତ୍ରୀମାନେ ସିବିଏସ୍ଇ ରେଜଲ୍ଟ ଡିଜିଲକର୍ ଆକାଉଣ୍ଟକୁ ଆକ୍ଟିଭେଟ୍ କରି ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍ ସିକ୍ୟୁରିଟି ପିନ୍ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ଅନୁବନ୍ଧିତ ସ୍କୁଲ୍ ଗୁଡ଼ିକୁ ଡିଜିଲକର୍ ସିକ୍ୟୁରିଟି ପିନ୍ ଶେୟାର କରାଯାଇଛି। ଡିଜିଲକର୍ ଆପ୍ ବ୍ୟତୀତ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଅନ୍ଲାଇନ୍ରେ ଏହି ୨ ୱେବ୍ସାଇଟ୍- www.cbse.gov.in ଓ www.results.cbse.nic.in ରେ ମଧ୍ୟ ପ୍ରକାଶ ପାଇବ।
ଜାଣନ୍ତୁ, କେମିତି ଡିଜିଲକର୍ରେ ଚେକ୍ କରିବେ ରେଜଲ୍ଟ ?
- ପ୍ରଥମେ https://cbseservices.digilocker.gov.in ୱେବ୍ସାଇଟ୍କୁ ଯାଆନ୍ତୁ ଓ ଆକ୍ଟିଭେଟ୍ ସିବିଏସ୍ଇ ଅପ୍ସନ୍ କ୍ଲିକ୍ କରନ୍ତୁ
- ଏହାପରେ ନୂଆ ପେଜ୍କୁ ଯାଇ ‘Get Started with Account Confirmation' ଅପ୍ସନ୍ କ୍ଲିକ୍ କରନ୍ତୁ
- ସ୍କୁଲ୍ କୋଡ୍, ରୋଲ୍ ନମ୍ବର, କ୍ଲାସ୍, ସିକ୍ୟୁରିଟି ପିନ୍ ଦେଇ ‘Next’ କ୍ଲିକ୍ କରନ୍ତୁ
- ଏହାପରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍କ୍ରିନ୍ରେ ଉପଲ୍ଲବ୍ଧ ହେବ
- ମୋବାଇଲ୍ ନମ୍ବର ଦେଇ ‘submit’ ଅପ୍ସନ୍ କ୍ଲିକ୍ କରନ୍ତୁ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସେମାନଙ୍କର ଜନ୍ମ ତାରିଖ ଦେବେ
- ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଆପଣ ଆକାଉଣ୍ଟ ଆକ୍ଟିଭେଟ୍ କରିପାରିବେ।
'Issued Documents’ ଟ୍ୟାବ୍ରେ ଆପଣ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ମାର୍କସିଟ୍, ସାର୍ଟିଫିକେଟ୍ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦେଖିପାରିବେ।