Advertisment

ଫେବୃଆରୀରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା, ତାରିଖ ଘୋଷଣା...

ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CBSE Board Exams Date Sheet 2023

CBSE Announces Class 10, 12 Exam Dates

ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିବିଏସ୍ଇ ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବ। 

Advertisment

ଜାନୁଆରୀ ୨ରୁ ଫେବୃଆରୀ ୧୪ ଯାଏ ଚାଲିବ ପ୍ରାକ୍ଟିକାଲ୍‌ ପରୀକ୍ଷା। କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ଚଳିତ ଥର କଟକଣାରେ ପ୍ରାକ୍ଟିକାଲ୍‌ ପରୀକ୍ଷା ହୋଇପାରେ। ଆସନ୍ତା ଜାନୁଆରୀ ମାସରେ ରୋଲ୍‌ ନମ୍ବର ଏବଂ ଆଡମିଟ୍‌ କାର୍ଡ ଜାରି କରାଯିବ ବୋଲି ସୂଚନା ମିଳିଛି। ଦଶମ ବୋର୍ଡ ପରୀକ୍ଷାର ସମସ୍ତ ପେପର୍ ଦିନ ସାଢ଼େ ୧୦ଟାରୁ ‌ଆରମ୍ଭ ହୋଇ ସାଢ଼େ ୧ଟାରେ ସରିବ।

ସେହିପରି ଦ୍ୱାଦଶ ବୋର୍ଡ Entrepreneurship ପେପର୍‌ରୁ ଆରମ୍ଭ ହୋଇ ସାଇକୋଲୋଜି ପେପର୍‌ରେ ସରିବ। ଏହି ପରୀକ୍ଷା ବି ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧ଟାରେ ସରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଦଶମ ଏବଂ ଦ୍ୱାଦଶ ବୋର୍ଡର ସମସ୍ତ ପରୀକ୍ଷାସୂଚୀ ବୋର୍ଡର ୱେବ୍‌ସାଇଟ୍‌ cbse.nic.inରେ ଉପଲ୍ଲବ୍ଧ ଅଛି। 

Advertisment
CBSE CBSE Board Exams
Advertisment
Advertisment