ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ । ଗତ ଥର ଅପେକ୍ଷା ଏଥର ପାସ୍ ହାର କମ୍ । ଝିଅଙ୍କ ପାସ୍ ହାର- ୯୦.୬୮%, ପୁଅଙ୍କ ପାସ୍ ହାର ୮୪.୬୭% । ଗତଥର ଅପେକ୍ଷା ଏଥର ପାସ୍ ହାର ୫% କମ୍ ରହିଛି । ୯୯.୯୧% ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ ।
Also Read
ଏଥିସହ digilocker.gov.in ରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ ହେବ । ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀମାନେ ସିବିଏସ୍ଇ ରେଜଲ୍ଟ ଡିଜିଲକର୍ ଆକାଉଣ୍ଟକୁ ଆକ୍ଟିଭେଟ୍ କରି ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍ ସିକ୍ୟୁରିଟି ପିନ୍ ଦେବାକୁ ପଡ଼ିବ। ବୋର୍ଡ ପକ୍ଷରୁ ଅନୁବନ୍ଧିତ ସ୍କୁଲ୍ ଗୁଡ଼ିକୁ ଡିଜିଲକର୍ ସିକ୍ୟୁରିଟି ପିନ୍ ଶେୟାର କରାଯାଇଛି ।
ଅନ୍ୟପଟେ ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେହିପରି ଚଳିତବର୍ଷ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।
ଡିଜିଲକର୍ ଆପ୍ ବ୍ୟତୀତ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଅନ୍ଲାଇନ୍ରେ ଏହି ୨ ୱେବ୍ସାଇଟ୍- www.cbse.gov.in ଓ www.results.cbse.nic.in ରେ ମଧ୍ୟ ପ୍ରକାଶ ପାଇବ।
ଜାଣନ୍ତୁ, କେମିତି ଡିଜିଲକର୍ରେ ଚେକ୍ କରିବେ ରେଜଲ୍ଟ ?
- ପ୍ରଥମେ https://cbseservices.digilocker.gov.in ୱେବ୍ସାଇଟ୍କୁ ଯାଆନ୍ତୁ ଓ ଆକ୍ଟିଭେଟ୍ ସିବିଏସ୍ଇ ଅପ୍ସନ୍ କ୍ଲିକ୍ କରନ୍ତୁ
- ଏହାପରେ ନୂଆ ପେଜ୍କୁ ଯାଇ ‘Get Started with Account Confirmation' ଅପ୍ସନ୍ କ୍ଲିକ୍ କରନ୍ତୁ
- ସ୍କୁଲ୍ କୋଡ୍, ରୋଲ୍ ନମ୍ବର, କ୍ଲାସ୍, ସିକ୍ୟୁରିଟି ପିନ୍ ଦେଇ ‘Next’ କ୍ଲିକ୍ କରନ୍ତୁ
- ଏହାପରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍କ୍ରିନ୍ରେ ଉପଲ୍ଲବ୍ଧ ହେବ
- ମୋବାଇଲ୍ ନମ୍ବର ଦେଇ ‘submit’ ଅପ୍ସନ୍ କ୍ଲିକ୍ କରନ୍ତୁ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସେମାନଙ୍କର ଜନ୍ମ ତାରିଖ ଦେବେ
- ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଆପଣ ଆକାଉଣ୍ଟ ଆକ୍ଟିଭେଟ୍ କରିପାରିବେ।
'Issued Documents’ ଟ୍ୟାବ୍ରେ ଆପଣ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ମାର୍କସିଟ୍, ସାର୍ଟିଫିକେଟ୍ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦେଖିପାରିବେ।