ASO ପରୀକ୍ଷାକୁ ନେଇ ଥମୁନି ଝାମେଲା । ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି । ହାଇକୋର୍ଟ ରେ ସାନି ମାମଲା ଦାୟର କରିଛନ୍ତି କିଛି ପରୀକ୍ଷାର୍ଥୀ । ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଚ୍ଛେଦକୁ ଦାବି କରି ହାଇକୋର୍ଟରେ ଆବେଦନ କରିଛନ୍ତି କିଛି ପରୀକ୍ଷାର୍ଥୀ ।
ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । OPSCକୁ ଆବେଦନର କପି ଦେବାକୁ ହାଇକୋଟ ନିର୍ଦ୍ଦେଶ ଦେଇଛନ୍ତି ।ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Also Read
ସୂଚନା ଥାଉକି, ଏହି ପରୀକ୍ଷା ପରିଚାଳନା ଓ ରେଜଲ୍ଟ ବାହାରିବାକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପୂର୍ବରୁ ଅସନ୍ତୋଷ ଦେଖାଦେଇଥିଲା। ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଯାହାକୁ ଓପିଏସ୍ସି ଖଣ୍ଡନ କରିଥିଲା। ସେପଟେ ଏହି ମାମଲା ମଧ୍ୟ ହାଇକୋର୍ଟକୁ ଯାଇଥିଲା।