/odishatv-khabar/media/post_attachments/uploadimage/library/16_9/16_9_0/Teacher_1672976494.jpg)
Teacher
ବିନା ଛୁଟିରେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବା ୨୪ ଶିକ୍ଷକ ବହିଷ୍କୃତ । ନବରଙ୍ଗପୁର ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି । ୨୦୧୦ରୁ ଚାକିରି ପାଇଥିବା ୨୪ ଶିକ୍ଷକ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହି ଆସିଥିଲେ । ଏହାକୁ ନେଇ ୨୪ ଜଣ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।
ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶକ୍ରମେ ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟାନ୍ତର କରିଛନ୍ତି । ବିନା ଛୁଟିରେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବାରୁ ସମ୍ପୃୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିଲା । ତଦନ୍ତ ପରେ ଜିଲ୍ଲାରେ ୩୧ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଅନୁପସ୍ଥିତର କାରଣ ଦର୍ଶାଇଥିବା ବେଳେ ୨୪ ଶିକ୍ଷକ କୌଣସି ଯବାବ ଦେଇନଥିଲେ । କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି ହେବା ପୂର୍ବରୁ ଜଣେ ଶିକ୍ଷକ ଚାକିରି ଛାଡି ଦେଇଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)