• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ଗାଁ, ଯେଉଁଠି କେହି ହେଲେ କଲେଜ ମାଟି ମାଡ଼ି ନାହାନ୍ତି । କିଏ ଅଧାରୁ ପାଠ ଛାଡ଼ିଛି ତ କାହାର ମାଟ୍ରିକ୍ ପରେ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । ନାନା ସମସ୍ୟାରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ, ଗାଁ ଲୋକେ ବି ବିଭିନ୍ନ ମୌଳିକ ସମସ୍ୟା ସହ ଯୁଝୁଛନ୍ତି ।

ସତେ ଯେମିତି ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖିବାକୁ ଏହି ଗାଁ ଲୋକଙ୍କୁ ମନା । କାହିଁକିନା ପାଠ ଦି ଅକ୍ଷର ପଢ଼ି ସ୍ୱାବଲମ୍ବୀ ହେବାକୁ ସାଥ୍ ଦେଉନି ଗରିବୀ । ଇଚ୍ଛା ଅଛି ଆଗ୍ରହ ବି ରହିଛି, କିନ୍ତୁ ପାଠ ପଢ଼ିବାକୁ ନା ସମ୍ବଳ ଅଛି ନା ସେଥିପାଇଁ ପରିବାର ଲୋକ ସାହସ ଜୁଟାଇ ପାରୁଛନ୍ତି । ଉପାନ୍ତ ଅଞ୍ଚଳରେ ଏମିତି ଅନେକ ସଞ୍ଜୁ ରହିଛନ୍ତି ଯେଉଁମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ।

ଆମେ କହୁଛୁ ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ନିଜ ନିର୍ବାଚନୀ ମଣ୍ଡଳୀର କଥା । ସମ୍ବଲପୁର ଜିଲ୍ଲା ନାକଟିଦେଉଳି ଯାମୁଯୋରୀ ପଞ୍ଚାୟତର କଇଁଙ୍ଗ ଗାଁ । ଜାଣିକି ଆଶ୍ଚର୍ଯ୍ୟ ହେବେ, ଏହି ଗାଁରେ କେହି କେବେ କଲେଜ ପିଣ୍ଢା ମାଡ଼ିନାହାନ୍ତି । ଗାଁରୁ ପ୍ରତିବର୍ଷ ୪ ଜଣ ମାଟ୍ରିକ ପରୀକ୍ଷା ଦିଅନ୍ତି ସତ କିନ୍ତୁ ଯୁକ୍ତ ଦୁଇ ପଢ଼ିବା ଭାଗ୍ୟରେ ନାହିଁ ସେମାନଙ୍କର ।  

ସମ୍ବଲପୁରର ସୀମାନ୍ତରେ ଥିବା ଯାମୁଯୋରୀ ପଞ୍ଚାୟତର କଇଁଙ୍ଗ ଗାଁରେ ରହିଛି ପ୍ରାଥମିକ ବିଦ୍ୟାଳୟ । ତାହା ପୁଣି ପଞ୍ଚମ ଶ୍ରେଣୀ ଯାଏ । ହାଇସ୍କୁଲ ପାଇଁ କିନ୍ତୁ ଯିବାକୁ ପଡ଼େ ୮ କିଲୋମିଟର ଦୂର କୁଡାନାଳି ହାଇସ୍କୁଲ କିମ୍ବା ୧୫ କିଲୋମିଟର ଦୂର ଘୁଷୁରାମାଲ ହାଇସ୍କୁଲ । ଇଏତ ଗଲା ହାଇସ୍କୁଲ କଥା କଲେଜେ ତ ଏହାର ଦୁଇ ଗୁଣା ବାଟ । ଗାଁଠୁ ନାକଟିଦେଉଳ କଲେଜକୁ ଦୂରତା ୪୫ କିଲୋମିଟର ଏବଂ ରେଢାଖୋଲ କଲେଜକୁ ଯିବାକୁ ହେଲେ ୬୦ କିଲୋମିଟର ବାଟ ଅତିକ୍ରମ କରିବାକୁ ପଡ଼ିବ । ଦାରିଦ୍ର୍ୟରେ ଷଢ଼ୁଥିବା ପିଲାଟିଏ ବାଧ୍ୟ ହୁଏ କଲେଜ ସ୍ୱପ୍ନ ନ ଦେଖିବାକୁ ।

କେବେଳ ଶିକ୍ଷା କାହିଁକି, ନାହିଁ ନାହିଁର ଏହି କଇଁଙ୍ଗ ଗାଁରେ ପିଇବା ପାଣି, ;ବାସ ଯୋଜନା, ଭତ୍ତା, ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ  ପିଡିଏସ ପାଇଁ  ୮ କିଲୋମିଟର ଦୂର କୁଡାନାଳୀ ଗାଁକୁ ଚାଲି ଚାଲି ଯିବାକୁ ପଡ଼ିଥାଏ । ସେପଟେ ଘଟଣା ସମ୍ପର୍କରେ ରେଢାଖୋଲ ଉପଜିଲ୍ଲାପାଳ ଅବଗତ ହୋଇଛନ୍ତି । ଗାଁକୁ ଏକ ଟିମ୍ ପଠାଯାଇ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।